17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଗଣଦୁଷ୍କର୍ମ ପରେ ଝିଅଟି ଫାଶୀ ଦେଇ ଆତ୍ମହତ୍ୟା କରିଥିଲା।  ଉତ୍ତର ପ୍ରଦେଶର ଗାଜିଆବାଦରେ, ପୋଲିସ ଏକ 23 ବର୍ଷୀୟ ଦିବ୍ୟାଙ୍ଗ ଯୁବତୀକୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ଗିରଫ କରିଛି।ଗାଜିଆବାଦ ଲୋନି ଅଞ୍ଚଳର ଏସପି ସିଦ୍ଧାର୍ଥ ଗୌତମ କହିଛନ୍ତି ଯେ ୫୩ ବର୍ଷୀୟ ବୀର ସିଂହ ତାଙ୍କ ସାଥୀ ରୋହିତ (୩୧ ବର୍ଷ) ସହିତ ଏକ ମୋଟରସାଇକେଲରେ ଆସୁଥିବା ସମୟରେ ପୋଲିସ ଦୁଇ ଅପରାଧୀଙ୍କ ସହ ଏନକାଉଣ୍ଟର କରିଥିଲା। ପୋଲିସ ଦଳ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ପୋଲିସ ଉପରେ ଗୁଳି ଚଳାଇଥିଲେ । ପୋଲିସ କହିଛି ଯେ ଉଭୟ ଅଭିଯୁକ୍ତ ଅଗଷ୍ଟ ୧୮ ତାରିଖରେ ଲୋନି ଥାନା ଅଞ୍ଚଳରେ ଜଣେ ୨୩ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ସେବେଠାରୁ ପୋଲିସ ସେମାନଙ୍କୁ ଖୋଜୁଥିଲା। ଏହି ଘଟଣାରେ ଆଘାତ ପାଇ ଝିଅଟି ଅଗଷ୍ଟ ୨୧ ତାରିଖରେ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking