ଭୁବନେଶ୍ୱର: ବସରେ ମାଗଣା ଯିବେ ଛାତ୍ରଛାତ୍ରୀ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ବସ ସେବାରେ ମାଗଣା ସ୍କୁଲ ଯାଇପାରିବେ ଛାତ୍ରଛାତ୍ରୀ । ପରିଚୟ ପତ୍ର ଦେଖାଇ ମାଗଣାରେ ସ୍କୁଲ ଯିବେ ଛାତ୍ର ଛାତ୍ରୀ । ପ୍ରଥମରୁ ଦଶମ ପଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ପାଠ୍ୟ ପୁସ୍ତକ ଦିଆଯିବ । ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ହେବ । ଏନସିଇଆରଟି ଢାଞ୍ଚାରେ ଏସସିଇଆରଟିକୁ ବିକଶିତ କରିବାକୁ ପଦକ୍ଷେପ ନିଆଯିବ । ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ ଦିଆଯିବ କହିଛନ୍ତି ମନ୍ତ୍ରୀ ।










