ଗଞ୍ଜାମ: ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳରେ ହତ୍ୟାକାଣ୍ଡ । ମା , ଝିଅଙ୍କୁ ଖଣ୍ଡାରେ ହାଣିଦେଲେ ଦୁବୃତ୍ତ । ଆକ୍ରମଣରେ ମାଆ ମୃତ , ଝିଅ ଗୁରୁତର ଅଛନ୍ତି । ମୃତକ ହେଉଛନ୍ତି ଗାୟତ୍ରୀ ସ୍ୱାଇଁ । ତାଙ୍କ ଝିଅ ୧୧ ବର୍ଷର ନିଲମ ସ୍ୱାଇଁ ଙ୍କୁ ଏମକେସିଜି ମେଡିକାଲ ରେ ଭର୍ତ୍ତି କରାଯାଇଛି । ବ୍ରହ୍ମପୁର ଶକ୍ତି ନଗର ସ୍ଥିତ ଶ୍ରୀମା ନଗର ଦ୍ୱିତୀୟ ଲାଇନରେ ମା ଏବଂ ଝିଅଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି ଦୁବୃତ୍ତ ।










