19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କ ପରଲୋକ

ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କ ପରଲୋକ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ । ସତ୍ୟପାଲ ମଲିକ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତିବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ୭୯ ବର୍ଷ ବୟସରେ ସତ୍ୟାପାଲ ମଲ୍ଲିକଙ୍କ ପରଲୋକ ହୋଇଛି । ସତ୍ୟପାଲ ମଲିକଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦିଆଯାଇଥିଲା। ସତ୍ୟପାଲ ମଲିକ ଗୋଆ, ବିହାର,  ରାଜ୍ୟପାଳ ମଧ୍ୟ ଥିଲେ। ସୂଚନା ଅନୁଯାୟୀ, ସତ୍ୟପାଲ ମଲିକଙ୍କର କିଡନୀ ସମସ୍ୟା ଥିଲା। ଓଡିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ୨୦୧୮ ମେ ୨୮ରୁ ଅଗଷ୍ଟ ଯାଏଁ ଅତିରିକ୍ତ ଦାୟିତ୍ୱ ସୁଲାଇଥିଲେ ସତ୍ୟପାଳ ମଲ୍ଲିକ ।ସତ୍ୟପାଲଙ୍କ ମୃତ୍ୟୁ ଉପରେ ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି ଯେ ଏହା ମୋ ପାଇଁ ଏକ ବ୍ୟକ୍ତିଗତ କ୍ଷତି। ଆମର ରାଜନୈତିକ ଜୀବନ ଏକାଠି ଆରମ୍ଭ ହୋଇଥିଲା। ସତ୍ୟପାଲଙ୍କ ମୃତ୍ୟୁ ଖବର ଶୁଣି ବରିଷ୍ଠ ରାଜନେତାଙ୍କ ମନରେ ଶୋକର ଛାୟା ଖେଳିଯାଇଛି

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking