ଭୁବନେଶ୍ୱର: ଅପାରଗ କର୍ମଚାରୀଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର । ଏଥିପାଇଁ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ କାଯ୍ୟର ତଥ୍ୟ ମାଗିଛନ୍ତି, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ସଚିବ ସ୍ତରୀୟ ବୈଠକ ନିଷ୍ପତ୍ତିକୁ କେତେ କାଯ୍ୟକାରୀ କରିଛନ୍ତି, ସେ ନେଇ ତଥ୍ୟ ମଗାଯାଉଛି । ୭ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ସରକାରକୁ ନିର୍ଦ୍ଦେଶ ଦେବା କୁହାଯାଇଛି । ଫିଲ୍ଡ ଭିଜିଟ ସହିତ ସରକାରୀ କାଯ୍ୟକ୍ରମକୁ କାଯ୍ୟକାରୀ କରିବାରେ କେତେଦୂର ସଫଳ ହୋଇପାରିଛନ୍ତି ସେନେଇ ତଥ୍ୟ ଦେବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଫିସ ପକ୍ଷରୁ ଲେଖାଯାଇଚି ଯେ, ଅଧିକାରୀ ଏବଂ କର୍ମଚାରୀ କାଯ୍ୟଶୈଳୀର ଟିକିନିଖି ସମୀକ୍ଷା କରାଯିବ । ସରକାରଙ୍କ ନିୟମ ଅନୁଯାୟୀ, କାଯ୍ୟ କରୁନଥିଲେ ଅବସର ଦିଆଯିବ । ଯେଉଁମାନେ ସରକାରଙ୍କ ନିୟମ ଅନୁଯାୟୀ କାଯ୍ୟ ସମ୍ପାଦନା କରୁନାହାନ୍ତି ଅପାରଗ ବିବେଚିତ କରି ବାଧ୍ୟତାମୂଳକ ଅବସର କରାଯିବ ବୋଲି ଉଲ୍ଲେଖ ରହିଛି ।










