25.9 C
Bhubaneswar
Monday, April 6, 2026
Homeଓଡିଶାମନ୍ତ୍ରୀଙ୍କୁ ଠକେଇ: ଜଣେ ଗିରଫ

ମନ୍ତ୍ରୀଙ୍କୁ ଠକେଇ: ଜଣେ ଗିରଫ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଜାଗା କିଣାରେ ଠକେଇ । ଅଭିଯୁକ୍ତ ବଣସିଂ ଗାଁରେ ନିରଞ୍ଜନ ଶତପଥୀ ଗିରଫ । ମନ୍ତ୍ରୀଙ୍କୁ ୨୫ ଲକ୍ଷ ଟଙ୍କା ଠକିଥିବା ନେଇ କରିଥିଲେ ଅଭିଯୋଗ । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗତ ୨୬ ତାରିଖରେ ମନ୍ତ୍ରୀ ତାଙ୍କ ଓକିଲଙ୍କ ଜରିଆରେ ଟାଉନ ଥାନାରେ ଏନେଇ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଆଧାର କରି ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଟଙ୍କା ଦେବା ବାବଦ କାଗଜପତ୍ରକୁ ପୋଲିସ ଜବତ କରି ଏ ସଂକ୍ରାନ୍ତରେ ତନାଘନା ଚଳାଇଛି।

ସୂଚନା ଅନୁସାରେ, ଢେଙ୍କାନାଳ ସଦର ଥାନା ବଣସିଂହ ଅଞ୍ଚଳର ନିରଞ୍ଜନ ଶତପଥୀ ୨୦୨୧ରେ କୃଷ୍ଣଚନ୍ଦ୍ରଙ୍କୁ ଏକ ଜମି ଦେବାକୁ କହି ତାଙ୍କଠାରୁ ଅଗ୍ରୀମ ୨୫ ଲକ୍ଷ ଟଙ୍କା ନେଇଥିଲେ। ଏହାପରେ ସେ ଜମି ଦେଲେ ନାହିଁ କି ଟଙ୍କା ମଧ୍ୟ ଫେରାଇଲେ ନାହିଁ। ଜମି ଦେବାକୁ କୃଷ୍ଣଚନ୍ଦ୍ର ବାରମ୍ବାର କହିବା ସତ୍ତ୍ୱେ ନିରଞ୍ଜନ ଜମି ଦେଇ ନ ଥିଲେ। ଟଙ୍କା ମଧ୍ୟ ଫେରାଇ ନ ଥିଲେ। ଏପରି କି ନିରଞ୍ଜନ ଦେଇଥିବା ୨ଟି ଚେକ ବାଉନ୍ସ ହୋଇଯାଇଥିଲା। ଫଳରେ ଚେକ ବାଉନ୍ସ ନେଇ ନିରଞ୍ଜନଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା। ସେଥିରେ ସେ ଜାମିନରେ ଆସିଥିବା ନିରଞ୍ଜନଙ୍କ ସୂଚନାରୁ ଜଣାପଡିଛି। ଏହି ଘଟଣା ସୋମବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking