ଭୁବନେଶ୍ୱର: ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଆଦି ଲୋକଙ୍କ ଅଭିଯୋଗ ଶୁଣାଣି କାଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପଞ୍ଜିକରଣ କରିଥିବା ଏକ ହଜାର ଲୋକଙ୍କ ପାଇଁ ଅଭିଯୋଗ ପ୍ରକୋଷ୍ଠରେ ବ୍ୟବସ୍ଥା ହୋଇଛି । ସୂଚନା ଅନୁଯାୟୀ, ଭୁବନେଶ୍ୱର, ୟୁନିଟ-୨ , ଅଶୋକ ନଗର ସ୍ଥିତ ପୂର୍ୱ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।










