ସମ୍ବଲପୁର: ପାଣିରେ ବୁଡି ୨ ବୁର୍ଲା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମତ୍ୟୁ ହୋଇଛି । ଯୁଯୁମୁରା ସ୍ଥିତ ଦେଖି ଜଳପ୍ରପାତରେ ବୁଡିଯିବାରୁ ଏଭଳି ଅଘଟଣ ଘଟିଛି । ବୁର୍ଲା ମେଡିକାଲ କଲେଜର ୬ ଛାତ୍ରଛାତ୍ରୀ ବୁଲି ଯାଇଥିଲେ । କୌଣସି କାରଣରୁ ଜଣେ ଛାତ୍ର ଓ ଛାତ୍ରୀ ବୁଡିଯିବାରୁ ମୃତ୍ୟୁ ହୋଇଛି । ଘଟଣାସ୍ଥଳ ଅଭିମୁଖେ ଗଲେ ବୁର୍ଲା ମେଡିକାଲ ଅଧୀକ୍ଷକ ଓ ଡିନ । ସ୍ଥାନୀୟ ପରିବେଶରେ ଶୋକର ଛାୟା ଖେଳିଯାଇଛି ।










