28.1 C
Bhubaneswar
Friday, March 27, 2026
Homeଓଡିଶାଭୁଲ୍ ଇଞ୍ଜେକସନରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ

ଭୁଲ୍ ଇଞ୍ଜେକସନରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: କ୍ୱାକ୍‌ଙ୍କ ଭୁଲ୍ ଇଞ୍ଜେକସନରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ମହିଳା ଜଣକ ହେଲେ ଭଗବାନୀ ପୁଟା । ସୂଚନା ଅନୁଯାୟୀ, ଗତକାଲି ରାତିରେ ମହୁଲପାଟି ଗାଁର ଡିଙ୍ଗର ପୁଟା ତାଙ୍କ ସ୍ତ୍ରୀ ଭଗବାନୀ ପୁଟାଙ୍କୁ ତୁରେକେଲା ଥାନା ଅନ୍ତର୍ଗତ ଲର୍କୀ ଗାଁରେ ଥିବା କ୍ୱାକ୍ ରଞ୍ଜିତ ମେହେରଙ୍କ ପାଖକୁ ଚିକିତ୍ସା ପାଇଁ ଆଣିଥିଲେ। କ୍ୱାକଜଣକ ମହିଳାଙ୍କୁ ଏକ ଇଞ୍ଜେକସନ ଦେବା ପରେ ହଠାତ ଅଚେତ ହୋଇଯାଇଥିଲେ ମହିଳା। ତେବେ ଏହି ଘଟଣା ପରେ ପରିବାର ବର୍ଗ ପୁଣି ପ୍ରାଥମିକ ଚିକିତ୍ସା ପାଇଁ ତୁରେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ଦେଖିବା ପରେ ହିଁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ବର୍ଗ ତୁରେକେଲା ଥାନାରେ ଏକ ଲିଖିତ ଅଭିଯୋଗ ସମ୍ପୃକ୍ତ କ୍ୱାକ ରଂଜିତ ମେହେରଙ୍କ ନାଁରେ ଦେଇଥିବା ଜଣାପଡିଛି। ତେଣେ କ୍ୱାକ ରଂଜିତ ମେହେର ଫେରାର ହୋଇଯାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking