ଭୁବନେଶ୍ୱର: ଲୋକସେବା ଭବନରେ କର୍ମଶାଳା ଆୟୋଜିତ ହୋଇଛି । କର୍ମଶାଳାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଦବୋଧନ ଦେଇଛନ୍ତି । କହିଛନ୍ତି, ଝିଅପୁଅ ଭିତରେ ପାତର ଅନ୍ତର ରଖନ୍ତୁ ନାହିଁ । ମୋର ଅନୁରୋଧ, ଶିକାର ହେଲେ ବିରୋଧ କରନ୍ତୁ । ପୁଅମାନେ ମଧ୍ୟ ନିଯ୍ୟାତିତ ନେଇ ଚିଠି ଆସିଛି । ଭୁଲ ପ୍ରମାଣିତ ହେଲେ ତାର ସମ୍ମାନ ଯାଉଛି । କ୍ଷମତାକୁ ଅପବ୍ୟବହାର କରି ଅଭିଯୋଗ ଆଣନ୍ତୁନି । କର୍ମସ୍ଥଳରେ ନିରାପତ୍ତା ସରକାରଙ୍କ ପ୍ରାଥମିକତା ।









