ପୁରୀ: ପୁରୀ ସଦର ଥାନାରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସଦର ଥାନା ଅନ୍ତର୍ଗତ କଣ୍ଠପୁର ଅଞ୍ଚଳରେ ୩ ଭଉଣୀ ଘରଠାରୁ ଅଢ଼େଇ କିମି ଦୂରରେ ଥିବା ମନ୍ଦିର ଦର୍ଶନ କରିବାକୁ ଯାଇଥିବା ସମୟରେ କଣ୍ଠପୁର ପାଖରେ ଥିବା ବସ୍ଷ୍ଟାଣ୍ଡ ପାଖରେ ୬ଜଣ ଦୁର୍ବୃତ୍ତ ମଦ୍ୟପାନ କରୁଥିଲେ । ମନ୍ଦିର ଦର୍ଶନ ସାରି ଫେରିବା ସମୟରେ ୬ଜଣ ମଦ୍ୟପ ଯୁବକ ଅନ୍ଧାର ଦେଖି ୩ ଭଉଣୀଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ ।ଓଢ଼ଣି ଟାଣିବା ସହ ମୋବାଇଲ୍ ଛଡ଼ାଇ କମେଣ୍ଟ ମାରିଥିଲେ । ୩ ଭଉଣୀଙ୍କୁ ଦୁର୍ବ୍ୟବହାର କରିବା ସମୟରେ ସେମାନେ ଘରକୁ ଫୋନ୍ କରିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକ ପହଞ୍ଚିଥିଲେ । ଘଟଣାସ୍ଥଳରୁ ୬ ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ । ହେଲେ କିଛି ସମୟ ପରେ ଦୁଇ ଦୁର୍ବୁତ୍ତ ଫେରିକି ଆସିବା ସମୟରେ ପରିବାର ଲୋକ ତାଙ୍କୁ କାବୁ କରି ପୁଲିସର ଜିମା ଦେଇଥିଲେ । ପରେ ବିଳମ୍ବିତ ରାତିରେ ସଦର ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଛି ।










