ଭୁବନେଶ୍ୱର: ବଳଙ୍ଗା ମାମଲାରେ ଡିଜିପି ୱାଇ ବି ଖୁରାନିଆ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଘଟଣାସ୍ଥଳକୁ ଯାଇ ଏସପି ଅନୁଧ୍ୟାନ କରିଛନ୍ତି । ତଦନ୍ତ କରାଯାଉଛି , ଖୁବଶୀଘ୍ର ଧରାପଡିବେ । ଅନ୍ୟପଟେ, ଘଟଣାସ୍ଥଳ ଦେଖିଲା ପରେ ଏସପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସ୍ପେଶାଲ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ସମ୍ବେଦନଶୀଳ ଓ ସ୍ପର୍ଶକତାର ବିଷୟ, ଗୁରୁତର ସହ ନେଇଛୁ । କାହାରିକୁ ଅଟକ କରାଯାଇନି, କେବଳ ପଚରା ଉଚରା ଜାରି ରହିଛି । ଫେରେନସିକ ଟିମ ମଧ୍ୟ ଯାଞ୍ଚ ଆରମ୍ଭ କରିସାରିଛି । ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି, ମାତ୍ର ତାହା କଣ ସ୍ପଷ୍ଟ ହୋଇନି । କେତେଜଣ ସମ୍ପୃକ୍ତ ସେଠାକୁ କିପରି ଆସିଲେ ତଦନ୍ତ ଚାଲିଛି । ପୀଡିତ ଚିକିତ୍ସାଧୀନ ଥିବାରୁ ପଚରା ଉଚରା ହୋଇପାରୁନି । ଯାହାର ସମ୍ପୃକ୍ତି ପ୍ରମାଣ ମିଳିବ , କଠୋର କାଯ୍ୟାନୁଷ୍ଠାନ ନିଆଯିବ ।










