25.1 C
Bhubaneswar
Saturday, December 6, 2025
Homeଓଡିଶାଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

ସମ୍ବଲପୁର: ଜିଏମ୍ ବିଶ୍ୱବିଦ୍ୟାଳୟରେ ଅସଦାଚରଣ ମାମଲା । ନିଲମ୍ବିତ ହେଲେ ଅଧ୍ୟାପକ ଗୋପୀକାନ୍ତ ସୁନା । ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ନିଲମ୍ବିତ ହେଲେ । ସୂଚନାଯୋଗ୍ୟ, ଅସଦାଚରଣ ମାମଲାରେ ଜଣେ ଗିରଫ  ହୋଇଥିଲେ ଏଜୁକେସନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଗୋପିକନ୍ତ ସୁନା । ଅଧ୍ୟାପକଙ୍କ ନିର୍ଯାତନା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ମହିଳା ଥାନା ପୋଲିସ । ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ । ପରେ ବିବାହ କରିବାକୁ ସିଧା ମନା କରି ଦେଇଥିଲେ । ଛାତ୍ରୀ ଜଣକ ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ୱିତୀୟ ବର୍ଷରେ ପଢୁଥିଲେ । ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଛାତ୍ରଛାତ୍ରୀ । ଏପରି ଘଟଣାକୁ ନେଇ ଶିକ୍ଷାନିଷ୍ଠାନ ବଦନାମ ହେଉଛି କହିଥିଲେ ଛାତ୍ରଛାତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking