ଆସିକା: ଆସିକାରେ ଘଟିଛି ବଡ ଦୁର୍ଘଟଣା । ଚଳନ୍ତା କାରର ଫାଟିଲା ଚକ । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । କୋଟିନଡା ଥାନା ନୂଆପଲ୍ଲୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଭାରସାମ୍ୟ ହରାଇ ଘର ଭିତରକୁ ପଶିଗଲା କାର । ଦୁର୍ଘଟଣାରେ ଜଣେ ଗୁରୁତର ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । କାରଟି ସମ୍ବଲପୁରରୁ ପଥରା ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।










