କେନ୍ଦୁଝର: ଆତ୍ମାହୁତି ଉଦ୍ୟମ କରି ମୃତ୍ୟୁ ସହ ଦୀର୍ଘ ୬୦ ଘଣ୍ଟାର ସଂଘର୍ଷ ପରେ ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମବାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ସୋମବାର ବିଳମ୍ବିତ ରାତିରେ ଆଖିବୁଜିଛନ୍ତି । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ଆତ୍ମହତ୍ୟା ପଛରେ ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ସମୀର କୁମାର ସାହୁଙ୍କ ବିକୃତ ମାନସିକତାକୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା । ପ୍ରଧ୍ୟାପକ ସମୀର କୁମାର ସାହୁଙ୍କ ବିକୃତ ମାନସିକତାକୁ ନେଇ ଏବେ ଚର୍ଚ୍ଚା । ପ୍ରଧ୍ୟାପକ ସମୀର ସାହୁଙ୍କ ବିବାଦର ଚିଠା କିନ୍ତୁ ବେଶ ଲମ୍ବା । ଚାକିରୀ ଜୀବନ ଆରମ୍ଭରୁ ହିଁ ପ୍ରଧ୍ୟାପକ ଜଣେ ବିବାଦୀୟ ଥିଲେ । ସମୀର ସାହୁ ଢେହ୍କାନାଳ ଜିଲ୍ଲା ଭୁବନରେ ବାଜିରାଉତ ମେମୋରିଆଲ କଲେଜରୁ ଚାକିରି ଆରମ୍ଭ କରିଥିଲେ । ନିଜର ବିବାଦୀୟ କାଯ୍ୟକଳାପ ପାଇଁ ସେଠାରେ ମଧ୍ୟ ମାଡ ଖାଇଥିଲେ । ଏହି ଘଟଣା ପରେ ତାଙ୍କୁ କେନ୍ଦୁଝର ଚମ୍ପୁଆ ଚନ୍ଦ୍ରଶେଖର କଲେଜକୁ ବଦଳି କରାଯାଇଥିଲା । ସେଠାରେ ମଧ୍ୟ ଛାତ୍ରୀଙ୍କ ସହ ଅର୍ଥନୈତିକ ସମ୍ପର୍କ ରଖିଥିବାରୁ ତାଙ୍କୁ ବାଲେଶ୍ୱରକୁ ବଦଳି କରାଯାଇଥିଲା । ସମୀର ସାହୁ ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଏଜୁକେସନ ବିଭାଗରେ କନିଷ୍ଠ ଅଧ୍ୟାପକ ଭାବେ ୨୦୧୧ ମସିହା ଅକ୍ଟୋବର ୧୦ରୁ ୨୦୨୩ ଫେବ୍ରୁଆରୀ ୨୨ ଯାଏଁ କାଯ୍ୟ କରିଥିଲେ । ଚମ୍ପୁଆ କଲେଜରେ ତାଙ୍କର ୧ ବର୍ଷ ୪ ମାସର କାଯ୍ୟକାଳ ବିବାଦ ଭରି ରହିଥିଲା । ନିୟମିତ ସେ କ୍ଲାସ ବାହାନରେ ଛାତ୍ରୀମାନଙ୍କୁ ଦୀର୍ଘ ସମୟ ଧରି କ୍ଲାସରେ ଅଟକ ରଖୁଥିଲେ । ଅନେକ ସମୟରେ ପଢାଇବା ବାହାନାରେ ଛାତ୍ରୀ ରହୁଥିବା ମେସକୁ ଯାଇ ସମୟ ଅତିବାହିତ କରୁଥିଲେ । ଏହାରି ଉପରେ ଅଭିଯୋଗ ହୋଇଥିଲେ ମଧ୍ୟ କର୍ତ୍ତୁପକ୍ଷ ଲୁଚାଇ ରଖିଥିବା ନେଇ ଶୁଣିବାକୁ ମିଳୁଛି । ସମୀର ସାହୁ ଙ୍କ ଘର କଟକ ଜିଲ୍ଲା ବଡମ୍ବା ଅଞ୍ଚଳରେ ହୋଇଥିବା ବେଳେ ଜଣେ ଟାଣୁଆ ରାଜନେତାଙ୍କ ସମ୍ପର୍କୀୟ ଯୋଗୁଁ ସେ କଲେଜ କର୍ତ୍ତୁପକ୍ଷଙ୍କୁ ନିଜ କବଜାରେ ରଖି ଛାତ୍ରଛାତ୍ରୀଙ୍କୁ ବ୍ଲାକମେଲିଂ କରୁଥିଲେ । ବାଲେଶ୍ୱର ଘଟଣା ପରେ ଏବେ ଅନେକ ସହକର୍ମୀ ତାଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ।










