ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ଏକ ଦୁଃଖଦ ଘଟଣାରେ ରାଜନୀତି ଦୁର୍ଭାଗ୍ୟପୂଣ୍ଣ । ସମ୍ବେଦନଶୀଳ ମାମଲାକୁ ରାଜନୀତି ହତିଆର କରୁଛନ୍ତି । ଏହା ରାହୁଲ ଗାନ୍ଧୀଙ୍କ ଶସ୍ତା ମାନସିକତା ଦର୍ଶାଉଛି । ପୂରା ଦେଶ ସ୍ତବ୍ଧ, କଂଗ୍ରେସ ରାଜନୈତିକ ରୁଟି ସେକୁଛି । ବିଜେପି ସବୁବେଳେ ମହିଳାଙ୍କ ନ୍ୟାୟ ପାଇଁ କାମ କରୁଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏବେ ରାଜନୀତି ନୁହେଁ, ନ୍ୟାୟ ଦେବା ସମୟ ।









