21.1 C
Bhubaneswar
Monday, December 8, 2025
Homeଓଡିଶାଅର୍ଚ୍ଚନା ନାଗଙ୍କୁ ମୁଁ ଜାଣିନି: ମାନସ ମଙ୍ଗରାଜ

ଅର୍ଚ୍ଚନା ନାଗଙ୍କୁ ମୁଁ ଜାଣିନି: ମାନସ ମଙ୍ଗରାଜ

ଭୁବନେଶ୍ୱର: ବିଜେଡି ନେତାଙ୍କ ନାଁରେ ଅର୍ଚ୍ଚନା ନାଗଙ୍କ ଅଭିଯୋଗ ପ୍ରସଙ୍ଗରେ ଅର୍ଚ୍ଚନା ନାଗଙ୍କୁ ମୁଁ ଜାଣିନି କହିଲେ ମାନସ ମଙ୍ଗରାଜ । ଚକ୍ରାନ୍ତ କରି ତାଙ୍କ ମୁହଁରେ ମୋ ନାଁ କୁହାଯାଉଛି । ସୂଚନାଥାଉକି,ଆଜି ସାମ୍ବାଦିକ ସମ୍ମିଳନୀ କରି ସବୁ ଗୁମର ଖୋଲିଛନ୍ତି ଅର୍ଚ୍ଚନା ନାଗ । ବିଜେଡି ବିରୋଧରେ ବିଷ ଓଗାଳିଛନ୍ତି ଅର୍ଚ୍ଚନା ନାଗ । ତାଙ୍କ ଗିରଫ ପଛର ଗୁମର ଖୋଲିଛନ୍ତି ଅର୍ଚ୍ଚନା । ବିଜେଡି ନେତା ତାଙ୍କୁ ପଛରୁ ଛୁରୀ ମାରିଥିଲେ ବୋଲି ଅର୍ଚ୍ଚନା କହିଛନ୍ତି ।ବିଜେଡି ନେତା ବବି ଦାସ, ମାନସ ମଙ୍ଗରାଜ ଓ ଅମରେଶ ଜେନାଙ୍କ ନାମରେ ଅର୍ଚ୍ଚନା ଅଭିଯୋଗ ଆଣିଛନ୍ତି ।

ଏହାଛଡ଼ା ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୋଧରେ ବି ଅର୍ଚ୍ଚନା ଅଭିଯୋଗ ଆଣିଛନ୍ତି । ଏହି ଅବସରରେ ସେ ପୁଲିସ ଅଧିକାରୀ ପ୍ରତୀକ ସିଂ, ପ୍ରକାଶ ପାଲ ଓ ଅନୁପ କାନୁନଗୋଙ୍କ ନାମ ନେଇଛନ୍ତି । ସେ କହିଛନ୍ତି ଯେ ମୋ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ପ୍ରାୟୋଜିତ ଥିଲା । ଟଙ୍କା ଦେଇ ଅଭିଯୋଗକାରିଣୀଙ୍କୁ କିଣା ଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking