18.1 C
Bhubaneswar
Saturday, December 6, 2025
Homeଓଡିଶାମୋବାଇଲ ଦୋକାନରେ ଅଗ୍ନିକାଣ୍ଡ

ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ

ଜଗତସିଂହପୁର: ପାରାଦୀପ  ଇଫକୋ ଛକ ନିକଟରେ  ଥିବା  ବିଦେଶୀ  କମ୍ୟୁନିକେସନ  ମୋବାଇଲ  ଦୋକାନରେ  ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ  ଘଟି  ଲକ୍ଷାଧିକ  ଟଙ୍କାର  ସାମଗ୍ରୀ  ପୋଡ଼ି  ପାଉଁଶ ହୋଇଛି। ନିଆଁକୁ  ଆୟତ୍ତ କରିବା  ପାଇଁ  ଇଫକୋ  ଓ  ଆର୍ସେଲର୍ ମିତ୍ତଲର  ଅଗ୍ନିଶମ  ବିଭାଗ  କର୍ମଚାରୀମାନେ  ଲାଗିପଡି ନିଆଁକୁ ଆୟତ୍ତ  କରିଥିଲେ  ମଧ୍ୟ ଲକ୍ଷାଧିକ  ଟଙ୍କାର  ମୋବାଇଲ  ଓ  ବିଭିନ୍ନ ସାମଗ୍ରୀ  ଜଳିପୋଡି  ପାଉଁଶ  ହୋଇଯାଇଛି ।

ଗତକାଲି ରାତିରେ  ମୋବାଇଲ  ଦୋକାନର  ମାଲିକ  ବିଦେଶୀ  ମାଝୀ ଦୋକାନ  ବନ୍ଦ କରି ଘରକୁ  ଯିବା  ପରେ  ବିଳମ୍ବିତ ରାତି  ପ୍ରାୟ ଦୁଇଟାରେ  କୌଣସି  କାରଣରୁ  ଦୋକାନରେ  ନିଆଁ  ଲାଗି ଯାଇଥିଲା।  ଫଳରେ  ଦୋକାନଟି ହୁତୁହୁତୁ  ହୋଇ ଜଳିଥିଲା । ଖବରପାଇ ଇଫକୋ ଓ  ଆର୍ସେଲର୍  ମିତ୍ତଲର  ନିଆଁଲିଭା  ଗାଡ଼ି  ପହଞ୍ଚି  ନିଆଁକୁ ଲିଭାଇଥିଲେ । ହେଲେ  ନିଆଁ  ଲାଗିବାର କାରଣ  ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ୍  ଯୋଗୁ  ନିଆଁ  ଲାଗିଥାଇ  ପାରେ  ବୋଲି  ଅନୁମାନ  କରାଯାଉଛି ।  ମୋବାଇଲ ଦୋକାନରେ  ଅନେକ ଗ୍ରାହକଙ୍କ  ମରାମତି ମୋବାଇଲ  ସହିତ  ଦୋକାନରେ  ଥିବା  ଲକ୍ଷାଧିକ  ଟଙ୍କାର  ସାମଗ୍ରୀ  ପୋଡ଼ି ପାଉଁଶ  ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking