ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କଲେ ଗୌତମ ଆଦାନୀ । ରଥାରୂଢ ବିଗ୍ରହଙ୍କୁ ଦର୍ଶନ କଲେ ଗୌତମ ଆଦାନୀ । ରଥ ଛୁଇଁ ମୁଣ୍ଡିଆ ମାରିଲେ ଆଦାନୀ । ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସ୍ତୁତ ଭୋଜନର ତଦାରଖ କଲେ । ଅପରାହ୍ମରେ ପୁରୀରୁ ଭୁବନେଶ୍ୱର ଫେରିବେ । ଅପରାହ୍ମରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ସେ ପୁରୀ ବାହାରିଥିଲେ ା ମହାକୁମ୍ଭ ମେଳା ପରେ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଭୋଜନର ବ୍ୟବସ୍ଥା କରିଛନ୍ତି । ଲୋକଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେଇ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ସେବା ଯୋଗାଇବା ପାଇଁ ନିଶ୍ପତ୍ତି ହୋଇଛି ।










