21.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଆମେରିକାର ରାଗ ଇସ୍ରାଏଲ ଉପରେ ସୁଝାଇଲା ଇରାନ୍‌

ଆମେରିକାର ରାଗ ଇସ୍ରାଏଲ ଉପରେ ସୁଝାଇଲା ଇରାନ୍‌

ନୂଆଦିଲ୍ଲୀ: ଇରାନ୍‌ର ପରମାଣୁ ଠିକଣାରେ ଆମେରିକାର ଆକ୍ରମଣ ପରେ ରାଗରେ ଜଳୁଛି ଇରାନ୍‌ । ଇସ୍ରାଏଲ ଉପରେ ପ୍ରତି ଆକ୍ରମଣ କରିଛି । ଜବାବୀ ଆଟାକ୍ କରି ଇସ୍ରାଏଲର ଅନେକ ସହରକୁ ବାଲାଷ୍ଟିକ ମିସାଇଲ୍ ମାଡ କରିଛି ଇରାନ୍ । ତେଲ୍‌ଅଭିଭ୍‌ ସମେତ ପ୍ରାୟ ୧୫ ସହରକୁ ଘନ ଘନ ଏୟାରଷ୍ଟ୍ରାଇକ୍ କରିଛି ଇରାନ୍‌ । ୫ଟି ବାଲାଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି । ତେଲ୍‌ଅଭିଭ୍‌ ଅଞ୍ଚଳରେ ଜୋରଦାର ଆକ୍ରମଣ କରିଛି । ଇସ୍ରାଏଲର ଅନେକ ସ୍ଥାନରେ ସାଇରନ୍ ବାଜିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ସୁରକ୍ଷା ଦୁଷ୍ଟିରୁ ଇସ୍ରାଏଲରେ ବିମାନ ଉଡ଼ାଣ ବାତିଲ ରହିଛି । ଆମେରିକାର ୩ ମୁଖ୍ୟ ପରମାଣୁ ଠିକଣାରେ ଆଟାକ୍‌ରେ କାହାର ଜୀବନ ଯାଇନାହିଁ କି କିଛି ରେଡିଏସନ ଲିକ୍ ହୋଇନାହିଁ ବୋଲି କହିଛି ଇରାନ୍‌ । ୟୁଏନ୍‌ରେ ଜରୁରୀ ବୈଠକ ଡାକିବାକୁ ଦାବି କରିଛି ଇରାନ୍‌ ।

ରାଗରେ ଜଳୁଛି ଇରାନ୍‌- ଇସ୍ରାଏଲ ମିଡିଆ କହିବା ଅନୁସାରେ ଇରାନ୍‌,ଉତ୍ତର ଓ ମଧ୍ୟ ଇସ୍ରାଏଲର ସହର, ହାଇଫା, ନେସ ଜିୟୋନା, ରିଶୋନ ଲେଜିୟନ, ତେଲଅଭିଭ୍ ଉପରେ ମିସାଇଲ ମାଡ କରିଛି । ଇରାନ୍‌ର ନ୍ୟୁଜି ଚ୍ୟାନେଲରେ ବି ଫଟୋ ପ୍ରସାରିତ ହୋଇଛି । ପ୍ରାୟ ୩୦ ମିସାଇଲ ମାଡ କରିଥିବା ଦାବି କରିଛି ଇସ୍ରାଏଲ । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି କ୍ଷତି ହୋଇନାହିଁ’ – ଆମେରିକା ଇରାନ୍‌ର ୩ ପରମାଣୁ ଠିକଣାରେ ହମଲା ପରେ ଇରାନ୍‌ର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଇରାନ୍‌ କହିଛି କି, ଆମେରିକା ଓ ଇସ୍ରାଏଲକୁ ଡରିବନି ଇରାନ୍ । ପ୍ରତି ଆକ୍ରମଣର ମୁହଁତୋଡ଼ ଜବାବ ଦିଆଯିବ । ଆମେରିକା ଆକ୍ରମଣରେ ତାର ନ୍ୟୁକ୍ଲିୟର ସାଇଟ୍‌ର କିଛି କ୍ଷତି ହୋଇନାହିଁ । ତାହା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ଏହା ସହିତ ରେଡିଏସନ୍‌ ଲିକ୍‌ର ବିପଦ ନାହିଁ । ଇରାନ୍‌ର ପରମାଣୁ ଉର୍ଜା ସଂସ୍ଥା (ଏଇଆଇଓ)ରେ ଆମେରିକାର ଆକ୍ରମଣରେ ଦେଶର ପ୍ରମୁଖ ପରମାଣୁ ଠିକଣାର କିଛି କ୍ଷତି ହୋଇନାହିଁ । ଇରାନ୍‌ର ପରମାଣୁ କାର୍ଯ୍ୟକଳାପ ଅଟକିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking