17.1 C
Bhubaneswar
Sunday, February 8, 2026
Homeଓଡିଶାନବୀନ ବାବୁଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ପ୍ରାର୍ଥନା

ନବୀନ ବାବୁଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ପ୍ରାର୍ଥନା

ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଜୟ ବାବା ଲିଙ୍ଗରାଜ ନାଗରିକ
ସମାଜ ଓ ଜନପ୍ରତିନିଧିମାନଙ୍କ ପୂଜାର୍ଚ୍ଚନା
ଭୁବନେଶ୍ୱର: ଆଜି ସକାଳ ୮ଟା ୩୦ରେ ଲିଙ୍ଗରାଜ ନାଗରିକ ସମାଜ ଓ ଜନପ୍ରତିନିଧିମାନଙ୍କ ତରଫରୁ ପ୍ରଭୁ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ନବୀନ ବାବୁଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ପ୍ରାର୍ଥନା କରିଥିଲେ। ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଜଳାଭିଷେକ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ଦଳର ବହୁ ବରିଷ୍ଠ ନେତୃମଣ୍ଡଳୀ, ଯୁବଛାତ୍ର, ମହିଳା ଓ କର୍ପୋରେଟରମାନଙ୍କ ସହ ବିଭିନ୍ନ ନାଗରିକ ସଂଗଠନର କାର୍ଯ୍ୟକର୍ତ୍ତା ଓ ପ୍ରତିନିଧିମାନେ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking