14.1 C
Bhubaneswar
Sunday, December 7, 2025
Homeଓଡିଶାଉନ୍ନୟନ କମିଶନରଙ୍କ " ରାଜ୍ୟ ଜଳ ନୀତି" ପ୍ରଣୟନ ସମ୍ପର୍କରେ ଆଲୋଚନା

ଉନ୍ନୟନ କମିଶନରଙ୍କ ” ରାଜ୍ୟ ଜଳ ନୀତି” ପ୍ରଣୟନ ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଆଜି ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହିତ ବିଭାଗୀୟ କାର୍ଯ୍ୟ ଓ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଥିଲେ l ଏହି ଅବସରରେ ସେ ନୂଆ ରାଜ୍ୟ ଜଳନୀତି ପ୍ରଣୟନ ସମ୍ପର୍କରେ ଆଲୋଚନା କରିଥିଲେ l ସମନ୍ୱିତ ଜଳ ପରିଚାଳନା ଏବଂ ଜଳ ସଂରକ୍ଷଣ ପାଇଁ ନୂଆ ଜଳ ନୀତି ପ୍ରଣୟନର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା l ଏଥି ସହିତ ବିଭିନ୍ନ ଜଳଭଣ୍ଡାର ଓ ପ୍ରକଳ୍ପରେ ଉପଲବ୍ଧ ଜଳ କିପରି କୃଷି , ପାନୀୟ ଜଳ, ଶିଳ୍ପ ଓ ଅନ୍ୟାନ୍ୟ ଆବଶ୍ୟତା ପୂରଣ ପାଇଁ ସର୍ବୋତ୍ତମ ଉପଯୋଗ ହୋଇପାରିବ, ସେ ସମ୍ପର୍କରେ ଉନ୍ନୟନ କମିଶନର ବିଭିନ୍ନ ପରାମର୍ଶ ଦେଇଥିଲେ l ସବୁଥର ପରି ଏଥର ମଧ୍ୟ ବୈଠକରେ ବିଭାଗ ଦ୍ୱାରା କାଯ୍ୟକାରୀ ହେଉଥିବା ବିଭନ୍ନ ପ୍ରକଳ୍ପ କାର୍ଯ୍ୟ ବଜେଟ ପ୍ରବଧାନ ଅନୁସାରେ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ସାରିବା, କାର୍ଯ୍ୟ ତ୍ୱରାନ୍ୱିତ କରି ଖର୍ଚ୍ଚ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking