17.1 C
Bhubaneswar
Tuesday, December 9, 2025
Homeଓଡିଶାଯାଜପୁରରେ ଭୋଜି ମନା: ଘରର ଗରମ ଖାଦ୍ୟ ଖାଇବାକୁ ପରାମର୍ଶ

ଯାଜପୁରରେ ଭୋଜି ମନା: ଘରର ଗରମ ଖାଦ୍ୟ ଖାଇବାକୁ ପରାମର୍ଶ

ଯାଜପୁର: ଯାଜପୁରରେ କଲେରା ଚିହ୍ନଟ ହେବା ପରେ ପ୍ରଶାସନର ପରାମର୍ଶ । ସାମୂହିକ ସମାବେଶରେ ଭୋଜିର ଆୟୋଜନ ନକରିବାକୁ ପରାମର୍ଶ । ଘରର ଗରମ ଖାଦ୍ୟ ଖାଇବାକୁ ପରାମର୍ଶ । ଫୁଟା ଏବଂ ଫିଲଟର୍ କରାଯାଇଥିବା ପାଣି ପିଇବାକୁ ପରାମର୍ଶ ।ଯାଜପୁରରେ ୫ ଦିନ ହେଲା ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । କଲେରା ରୋଗୀ ଚିହ୍ନଟ ହେବା ପରେ ଭୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁନାହାନ୍ତି ବର୍ହିବିଭାଗ ରୋଗୀ । ଏବେ ମୁଖ୍ୟ ଚିକିତ୍ସାଳୟରେ କେବଳ ଡାଇରିଆ ରୋଗୀ ଅଧିକ ମାତ୍ରାରେ ଚିକିତ୍ସିତ ହେଉଛନ୍ତି । ଭୟରେ ଅନ୍ୟ ରୋଗୀ ମାନେ ଆସୁନାହାନ୍ତି । ଟିକେଟ କେନ୍ଦ୍ର ମଧ୍ୟ ଖାଁ ଖାଁ ଦେଖିବାକୁ ମିଳିଛି । ଗତକାଲି ୪୧ ଝାଡ଼ା ନମୁନା ପରୀକ୍ଷାରେ ୮ଟିରେ କଲେରା ଚିହ୍ନଟ ହୋଇଥିଲା । ଯାଜପୁର ଜିଲ୍ଲାରୁ ଆହୁରି ୨ଶହ ନମୁନା ଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking