25.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଭାରତୀୟ ଛାତ୍ରଙ୍କୁ ହାତକଡ଼ି ପକାଇ ତଳେ କଚାଡି ଦେଲେ ଆମେରିକା ସୁରକ୍ଷାକର୍ମୀ

ଭାରତୀୟ ଛାତ୍ରଙ୍କୁ ହାତକଡ଼ି ପକାଇ ତଳେ କଚାଡି ଦେଲେ ଆମେରିକା ସୁରକ୍ଷାକର୍ମୀ

ଓ୍ବାଶିଂଟନ: ଆମେରିକାର ନ୍ୟୁଜର୍ସିସ୍ଥିତ ନଓ୍ବୋର୍କ ଲିବର୍ଟି ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ଭାରତୀୟ ଛାତ୍ରଙ୍କୁ ହାତକଡ଼ି ପକାଇ ସୁରକ୍ଷାକର୍ମୀମାନେ ତାଙ୍କୁ ତଳେ ଚାପି ଧରିଥିବାର ଭିଡିଓ ଭାଇରାଲ ହୋଇଛି। ଏହା ଜଣାପଡ଼ିବା ପରେ ନ୍ୟୁୟର୍କସ୍ଥିତ ଭାରତୀୟ ବାଣିଜି୍ୟକ ଦୂତାବାସ ପକ୍ଷରୁ କର୍ତ୍ତୃପକ୍ଷଙ୍କୁ ଜବାବ ମଗାଯାଇଛି। ଗତ ୭ ତାରିଖରେ ଏହି ଘଟଣା ଘଟିଥିବାବେଳେ ଭାରତୀୟ ଆମେରିକୀୟ ଉଦ୍ୟୋଗୀ କୁନାଲ ଜୈନ ଏହାର ଫୁଟେଜ୍‌କୁ ସୋସିଆଲ ମିଡିଆ ଏକ୍ସ’ରେ ଶେୟାର କରିବା ପରେ ଲୋକଲୋଚନକୁ ଆସିଛି। ଛାତ୍ର ଜଣକ ତଳେ ପଡ଼ି କାନ୍ଦୁଥିବାବେଳେ ପାଖରେ ଅଫିସରମାନେ ଛିଡ଼ା ହୋଇଥିବା ଭିଡିଓରୁ ଦେଖାଯାଇଛି। ଭାରତୀୟ ଛାତ୍ର ଜଣକ ୭ ତାରିଖ ରାତିରେ ବିମାନ ଧରିବାକୁ ଥିବାବେଳେ ତାଙ୍କୁ ହାତକଡ଼ି ପକାଇ ଅଟକ ରଖାଯିବା ପରେ ବିଦା କରାଯାଇଥିଲା। ଛାତ୍ରଙ୍କ ପ୍ରତି ଅପରାଧୀ ଭଳି ବ୍ୟବହାରରେ ଜୈନ ଦୁଃଖ ପ୍ରକାଶ କରିଛନ୍ତି। ଛାତ୍ର ଜଣକ ସ୍ବପ୍ନ ପୂରଣ ପାଇଁ ଆସିଥିଲେ, କାହାର କ୍ଷତି କରିବା ପାଇଁ ନୁହେଁ। ଜଣେ ପ୍ରବାସୀ ଭାରତୀୟ ଭାବେ ମୁଁ ଅସହାୟ ଓ ମର୍ମାହତ। ଏହା ଏକ ମାନବୀୟ ଦୁଃଖ ବୋଲି ଜୈନ କହିଛନ୍ତି। ସେ ନିଜ ପୋଷ୍ଟରେ ଓ୍ବାଶିଂଟନ ଡିସିରେ ଥିବା ଭାରତୀୟ ଦୂତାବାସ ଏବଂ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଟ୍ୟାଗ୍‌ କରି ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking