28.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଶୁଟ୍‌କେସରୁ ମିଳିଲା ଶିଶୁକନ୍ୟାର ମୃତଦେହ

ଶୁଟ୍‌କେସରୁ ମିଳିଲା ଶିଶୁକନ୍ୟାର ମୃତଦେହ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଚାଞ୍ଚଲ୍ୟ। ଜଣେ ୯ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଏକ ଶୁଟକେସ ଭିତରୁ ଶିଶୁକନ୍ୟାର ରକ୍ତ ଜୁଡୁବୁଡୁ ମୃତଦେହ ମିଳିଛି। ଦୟାଲପୁର ଥାନା ଡି’ ବ୍ଲକ ଅଞ୍ଚଳରେ ଶନିବାର ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଶିଶୁକନ୍ୟା ଜଣକ ଘରଠାରୁ ୨୦୦ ମିଟର ଦୂର ବଡ଼ ମା’ ଘରକୁ ବରଫ ଦେବାକୁ ବାହାରିଥିଲା। ଦୁଇ ଘଣ୍ଟା ବିତିବା ପରେ ବି ସେ ଘରକୁ ଫେରି ନ ଥିଲା। ଝିଅର ବାପା ଘରେ ଝିଅକୁ ଖୋଜି ନ ପାଇବାରୁ ବାହାରେ ଖୋଜାଖୋଜି କରିଥିଲେ।

କିଛି ପ୍ରତ୍ୟକ୍ଷଦର୍ଶୀ ଝିଅଟି ଏକ ଫ୍ଲାଟ ଆହକୁ ଯାଇଥିବା ତାଙ୍କୁ କହିଥିଲେ। ତେଣୁ ସେ ଉକ୍ତ ଫ୍ଲାଟ ଆଡକୁ ଯାଇ ଖୋଜିଥିଲେ। ଫ୍ଲାଟର ୨ୟ ମହଲାରେ ପହଞ୍ଚିଲେ ବାହାରେ ମୁଖ୍ୟଫାଟକରେ ତାଲା ପଡ଼ିଥିଲା। ସେ ତାଲା ଭାଙ୍ଗି ଭିତରକୁ ଯିବାରୁ ଝିଅ ଏକ ଖୋଲା ଶୁଟକେସରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଝିଅର ଶରୀରରେ କୌଣସି ପୋଷାକ ନ ଥିଲା। ତୁରନ୍ତ ସେ ଝିଅକୁ ଉଦ୍ଧାର କରି ନିକଟରେ ଥିବା ଏକ ନର୍ସିଂ ହୋମକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତା’କୁ ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଖବରପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ ୬ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking