ନୂଆଦିଲ୍ଲୀ: ୯୮.୨୬ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି । ୨୦୨୩ ମେରେ ପ୍ରତ୍ୟାହାର ଘୋଷଣା ପରଠୁ ଫେରିଥିବା ଆରବିଆଇର ସୂଚନା । ପ୍ରତ୍ୟାହାର ସତ୍ତ୍ୱେ ୨ ହଜାର ଟଙ୍କିଆ ନୋଟ ବୈଧ ଟେଣ୍ଡର ଭାବରେ ରହିଛି । ଆରବିଆଇ ଇସ୍ୟୁ ଅଫିସ ଓ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ବିନିମୟ , ଜମା ସୁବିଧା ଉପଲବ୍ଧ । ୩.୫୬ ଲକ୍ଷ କୋଟିରୁ କେବଳ ୬୧୮୧ କୋଟି ବଜାରରେ ରହିଛି । ବିମୁଦ୍ରୀକରଣ ଶୂନ୍ୟତା ଦୂର ପାଇଁ ଛପା ଯାଇଥିଲା ୨ ଜହାର ଟଙ୍କିଆ ନୋଟ ।










