21.1 C
Bhubaneswar
Saturday, February 7, 2026
Homeଓଡିଶାଫେରିଲେ ସିକିମରେ ଓଡିଆ ନିଖୋଜଙ୍କ ସଂପର୍କୀୟ

ଫେରିଲେ ସିକିମରେ ଓଡିଆ ନିଖୋଜଙ୍କ ସଂପର୍କୀୟ

ଯାଜପୁର: ଆଜି ସକାଳେ ବିଯେପି ନେତ୍ରୀ ଇତି ଶ୍ରୀ ଙ୍କ ପରିବାର ଲୋକ ଟ୍ରେନ ଯାଜପୁର ରୋଡ଼ ଷ୍ଟେସନ ରେ ଓହ୍ଲାଇଛନ୍ତି ଷ୍ଟେସନରେ କୋରାଇ ବିଧାୟକ ଗଣ ମାଧ୍ୟମ ପ୍ରତୀନିଧିଙ୍କ ବାହୁ ଲୋକ ସେମାନଙ୍କ ଭାଇ କୁଟୁମ୍ବ ବନ୍ଧୁ ବାନ୍ଧବ ଉପ ସ୍ଥିତ ଥିଲେ ଏକ ଶୋକା କାଳ ପରିବେଶ ସୃଷ୍ଟି ହୋଇଥିଲା ଉତ୍ତର ସିକ୍କିମର ମନ୍‌ଗାଁ ଜିଲ୍ଲାରେ ଘଟିଥିବା ସଡ଼କ ଦୁର୍ଘଟଣା ରେ ନିଖୋଜ ଓଡ଼ିଆ ପ୍ରର୍ୟଟକ ଓ ବିଜେଡ଼ି ନେତ୍ରୀଙ୍କ ନଦୀ ରୁ ପର୍ତ୍ତl ମିଳୁ ନାହିଁ l କେବଳ ସେମାନଙ୍କ ମୋବାଇଲ୍‌ ଫୋନ୍‌ ଓ କିଛି ନଗଦ ଟଙ୍କା ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଉଦ୍ଧାରକାରୀ ଦଳ ତିସ୍ତା ନଦୀରୁ ୬ଟି ମୋବାଇଲ ପାଇଛନ୍ତି। ଏହି ମୋବାଇଲ୍‌ଗୁଡ଼ିକ ଏକ ଭ୍ୟାନିଟି ବ୍ୟାଗ୍‌ ଭିତରେ ଥିଲା। ଏଥି ସହିତ ଉଦ୍ଧାରକାରୀ ଦଳ ଭ୍ୟାନିଟି ବ୍ୟାଗ୍‌ ଭିତରୁ ୯,୨୦୦ ଟଙ୍କା ପାଇଛନ୍ତି। ଉଦ୍ଧାର କରାଯାଇଥିବା ମୋବାଇଲ ଓ ବ୍ୟାଗ୍‌ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟରେ ନିଖୋଜ ପର୍ଯ୍ୟଟକଙ୍କ ପତ୍ତା ଏଯାଏଁ ମିଳି ନାହିଁ। ସୂଚନାଯୋଗ୍ୟ ଓଡ଼ିଆଙ୍କ ସମେତ ପର୍ଯ୍ୟଟକମାନେ ଉତ୍ତର ସିକ୍କିମର ମନ୍‌ଗାଁ ଜିଲ୍ଲା ଲାଚେନ-ଲାଚଙ୍ଗ ଜାତୀୟ ରାଜପଥ ଦେଇ ଆଗକୁ ବଢୁଥିବା ବେଳେ ମୁନସ୍ତିଙ୍ଗ୍‌ ନିକଟରେ ସେମାନଙ୍କ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ପର୍ଯ୍ୟଟକଙ୍କ ଗାଡ଼ି ପ୍ରାୟ ହଜାରେ ଫୁଟ ତଳକୁ ତିସ୍ତା ନଦୀକୁ ଖସି ପଡ଼ିଥିଲା। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ୮ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ତଥା ରାଜ୍ୟ ବିଜେପି ନେତ୍ରୀ ଇତିଶ୍ରୀ ଜେନା ମଧ୍ୟ ଅଛନ୍ତି। ହେଲେ ଦୁର୍ଘଟଣାରେ ଇତିଶ୍ରୀଙ୍କ ପୁଅ ଏବଂ ପୁତୁରା ଉଦ୍ଧାର କରା ଯାଇ ମେଡିକାଲ ରେ ଚିକିତ୍ସ ପାଇ ଭର୍ତ୍ତି କରା ଯାଇଛି। ନିଖୋଜ ପର୍ଯ୍ୟଟକମାନେ ପଶ୍ଚିମବଙ୍ଗ ଓ ଓଡ଼ିଶା ନିବାସୀ। ଓଡ଼ିଶାରୁ ସମୁଦାୟ ୪ ମୋଟ ୧୧ ଜଣ ସିକ୍କିମ ବୁଲିବାକୁ ଯାଇଥିଲେ। ଗ୍ୟାଙ୍ଗଟକରୁ ଫେରିବାବେଳେ ଗୁରୁବାର ରାତି ପ୍ରାୟ ୯ଟାରେ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ପୁଲିସ ଓ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସିକିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀଙ୍କ ପରିବାରର ୪ ସଦସ୍ୟ ଓଡ଼ିଶା ଫେରିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking