ପୁରୀ: କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଓଡ଼ିଶା ଗସ୍ତରେ ଆସିଛନ୍ତି । ସେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ସେ ପ୍ରଶଂସା କରି କହିଛନ୍ତି, ଧାନ ଏମଏସପିରେ ବୋନସ୍ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ସେ କହିଛନ୍ତି, ମୋହନ ମାଝୀଙ୍କ ସରକାର ଭଲ କାମ କରି ଦେଖାଇଛନ୍ତି । ୨୩ ଶହ ଟଙ୍କା ଧାନକୁ ୩୧ ଶହ ଟଙ୍କାରେ କିଣିଛନ୍ତି। ଏବେ ଓଡ଼ିଶାର କୋରାପୁଟର ଚାଉଳ ବିଶ୍ୱ ବଜାରରେ ପହଞ୍ଚିବ । କୃଷି ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଏବଂ ଚାଷୀ ହେଉଛି ଏହାର ଆତ୍ମା। ଯେତେବେଳେ ଜଣେ ଚାଷୀ କ୍ଷେତରେ ବିହନ ବୁଣେ, ସେ କେବଳ ବିହନ ବୁଣେ ନାହିଁ, ସେ ଜୀବନ ବୁଣେ।