14.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ମୋଦିଙ୍କ ସିକିମ ଗସ୍ତ ବାତିଲ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସିକିମ ଗସ୍ତ ବାତିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିକିମ ଗସ୍ତ ବାତିଲ ହୋଇଛି । ଖରାପ ପାଗ ଯୋଗୁଁ ଗସ୍ତ ବାତିଲଲ କଲେ  ପ୍ରଧାନମନ୍ତ୍ରୀ ।  ସୂଚନା ଥାଉକି ଆଜି ଗ୍ୟାଙ୍ଗଟକର ପାଲଜୋର ଷ୍ଟାଡିୟମରେ  ସିକିମର  ରାଜ୍ୟ ମାନ୍ୟତାର ସୁବଣ୍ଣ ଜୟନ୍ତୀ ସମାରୋହରେ  ଯୋଗଦେବାର ଥିଲା ।  କିନ୍ତୁ ଏହା ବଦଳରେ   ଭିଡିଓ କନଫେନର୍ନ୍ସ ମାଧ୍ୟମରେ  ସିକିମର ଲୋକମାନଙ୍କୁ ସମ୍ବୋଧିତ କରିବେ ।  ମୋଦିଙ୍କର ଦୁଇଦିନିଆ ଗସ୍ତ ସମୟରେ ପଶ୍ଚିମବଙ୍ଗ , ଉତ୍ତରପ୍ରଦେଶରେ ପ୍ରମୁଖ  ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ । ଭିଡିଓ କନଫେରେନ୍ସ ମାଧ୍ୟମରେ    ସିକିମ୫୦ କାଯ୍ୟକ୍ରମରେ ସାମିଲ ହୋଇ  ରାଜ୍ୟରେ ଥିବା ଅନେକ  ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଉଦଘାଟନ କରିଛନ୍ତି ।ଯେଉଁଥିରେ ନାମଚି ଜିଲ୍ଲାରେ ୭୫୦ କୋଟି  ଟଙ୍କା  ମୂଲ୍ୟର ୫୦୦ ଶଯ୍ୟା ବିଶିଷ୍ଟ  ଜିଲ୍ଲା ହସ୍ପିଟାଲଗୁଡିକରେ ସୁବିଧା ରହିବ । ମୋଦୀ ଏହାପରେ ଅପରାହ୍ନ ସମୟରେ   ପଶ୍ଚିମବଙ୍ଗ ଗସ୍ତରେ ଯିବେ । ଆଲିପୁରଦୁଆର ଏବଂ କୁଚବିହାର ଜିଲ୍ଲାରେ   ସିଟି ଗ୍ୟାସ ବଣ୍ଟନ ପ୍ରକଳ୍ପର ଶିଳାନ୍ୟାସ କରିବେ । ୨.୫ ଲକ୍ଷରୁ ଅଧିକ ପରିବାରକୁ  ପାଇପ ନାଚୁରାଲ ଗ୍ୟାସ ଯୋଗାଇବା ପାଇଁ୧୦୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ଲକ୍ଷ୍ୟ ରଖାଯାଇଛି ।  ପଶ୍ଚିମବଙ୍ଗ ପରେ  ମୋଦୀ ବିହାର ଯିବେ ସେଠାରେ  ପାଟନା ବିମାନ ବନ୍ଦରର ନବନିର୍ମିତ ଯାତ୍ରୀ ଟର୍ମିନାଲର ଉଦଘାଟନ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking