22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଆଫଗାନିସ୍ତାନ ନାଗରିକଙ୍କ ପାଇଁ ପୁଣି ଭିସା ସେବା ଆରମ୍ଭ କଲା ଭାରତ

ଆଫଗାନିସ୍ତାନ ନାଗରିକଙ୍କ ପାଇଁ ପୁଣି ଭିସା ସେବା ଆରମ୍ଭ କଲା ଭାରତ

ଆଫଗାନିସ୍ତାନ: ଆଫଗାନିସ୍ତାନ ନାଗରିକଙ୍କ ପାଇଁ ପୁଣି ଭିସା ସେବା ଆରମ୍ଭ କଲା ଭାରତ । ବ୍ୟବସାୟ, ଶିକ୍ଷା ଓ ଚିକିତ୍ସା ପାଇଁ ଭାରତ ଆସିବାକୁ ଚାହୁଁଥିବା ଆଫଗାନ ନାଗରିକ ମାନେ ଏବେ ଅନଲାଇନରେ ଆବେଦନ କରିପାରିବେ। ୨୦୨୧ ଅଗଷ୍ଟରେ ତାଲିବାନ କ୍ଷମତା ହାସଲ କରିବା ପରେ, ଭାରତ କାବୁଲରେ ଥିବା ତା’ର ଦୂତାବାସରୁ ଅଧିକାରୀମାନଙ୍କୁ ପ୍ରତ୍ୟାହାର କରି ଭିସା ସେବା ବନ୍ଦ କରିଥିଲା। ଏବେ ଭାରତ ସରକାରଙ୍କ ଅଫିସିଆଲ ଭିସା ପୋର୍ଟାଲରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବ୍ୟବସାୟ, ଶିକ୍ଷା ଓ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ଆଫଗାନ ନାଗରିକଙ୍କୁ ଭିସା ମିଳିବ ।

ପ୍ରତ୍ୟେକ ଆବେଦନକାରୀଙ୍କୁ ନାମ, ଜନ୍ମ ତାରିଖ, ଜାତୀୟତା, ମିଆଦ ଶେଷ ତାରିଖ ଇତ୍ୟାଦି ବ୍ୟକ୍ତିଗତ ବିବରଣୀ ସମ୍ବଳିତ ଆଫଗାନ ଜାତୀୟ ପରିଚୟ ପତ୍ର ଅନଲାଇନରେ ଅପଲୋଡ କରିବାକୁ ପଡିବ। ଭିସା ଆବେଦନ ପୂରଣ କରିବା ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକ ପ୍ରତ୍ୟେକ ପ୍ରକାରର ଭିସା ସହିତ ସୂଚିତ କରାଯାଇଛି । ବ୍ୟବସାୟ କାର୍ଡ, ନିମନ୍ତ୍ରଣ ପତ୍ର ଇତ୍ୟାଦି ସମେତ ସମସ୍ତ ଡକ୍ୟୁମେଣ୍ଟ ଇଂରାଜୀ ଭାଷାରେ ହେବା ଆବଶ୍ୟକ, ନଚେତ୍ ଆବେଦନ ପ୍ରତ୍ୟାଖ୍ୟାନ ପାଇଁ ଦାୟୀ ରହିବେ ବୋଲି ନୋଟିସରେ କୁହାଯାଇଛି । ଏଥି ସହ ଭାରତରେ ପହଞ୍ଚିବା ପରେ ଆବେଦନକାରୀଙ୍କ ବାୟୋମେଟ୍ରିକ୍ ବିବରଣୀ ବାଧ୍ୟତାମୂଳକ ଭାବରେ ଇମିଗ୍ରେସନରେ ଦାଖଲ କରାଯିବ। ଯାତ୍ରା ସମୟରେ ଆବେଦନକାରୀମାନେ ଇଲେକ୍ଟ୍ରୋନିକ୍ ଟ୍ରାଭେଲ୍ ଅଥରାଇଜେସନର ଏକ କପି ସାଙ୍ଗରେ ରଖିବା ଉଚିତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking