28.1 C
Bhubaneswar
Saturday, April 4, 2026
Homeଓଡିଶାମାଂସ ଭକ୍ଷଣ ପାଇଁ ଗାଈକୁ ଅମାନୁଷିକ ଭାବେ ହତ୍ୟା

ମାଂସ ଭକ୍ଷଣ ପାଇଁ ଗାଈକୁ ଅମାନୁଷିକ ଭାବେ ହତ୍ୟା

ମୟୁରଭଞ୍ଜ: ସତରେ କଣ ଆମେ ସନାତନୀ ହିନ୍ଦୁ, ସତରେ କଣ ଆମ ଦେହରେ ହିନ୍ଦୁତ୍ୱର ରକ୍ତ ପ୍ରବାହିତ ହେଉଛି । ସ୍ୱାର୍ଥ ଥିବା ପର୍ଯ୍ୟନ୍ତ ଗାଈଗୋରୁଙ୍କୁ ପାଖରେ ରଖି ନିଜର କାର୍ଯ୍ୟ ହାସଲ କରିବା ପରେ ବିକ୍ରି କରି ଦେଉଛନ୍ତି କଂସେଇ ହାତରେ । ପୁଣି ଗୋ ମାତା କହି ପୂଜା ବି କରୁଛୁ । ତେବେ ଆମେ କେତେ ସଭ୍ୟ ଏବଂ ଶିକ୍ଷିତ ମଣିଷ । ଜୀବନର ଅପରାହ୍ନ ବୃଦ୍ଧାବସ୍ଥାରେ ଗୋମାତାଙ୍କୁ କଂସେଇ ହାତରେ ଟେକି ଦେବା କେଉଁ ପ୍ରକାରର ମାନସିକତା । ପଶୁମାନଙ୍କ ପ୍ରତି ମଣିଷ ସମାଜର ନୃଶଂସ ବ୍ୟବହାର ଦିନକୁଦିନ ବଢି ଚାଲିଛି। ଏହାକୁ ସରକାର ଦଣ୍ଡନୀୟ ଅପରାଧ ବୋଲି ବିବେଚନା କରି ଆଇନ କରିଥିଲେ ମଧ୍ୟ କେହି ଖାତିର କରୁନଥିବା ଦେଖିବାକୁ ମିଳୁଛି। ଏହା ପଛରେ ଦୃଢ କାର୍ଯ୍ୟାନୁଷ୍ଠାନ ଅଭାବ ବୋଲି କୁହାଯାଇପାରିବ। ବିଭିନ୍ନ ବନ୍ୟଜନ୍ତୁଙ୍କ ହତ୍ୟା ପରେ ଏବେ ଗାଈକୁ ଅକଥନୀୟ ଅତ୍ୟାଚାର ଦିଆଯାଇ ମାଂସ ପାଇଁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଝାରପୋଖରିଆ ଥାନା ଅନ୍ତର୍ଗତ ଟେମ୍ବଘୁଟୁ ମଙ୍ଗଲସାହିରୁ । ଏଠାରେ ଗାଈକୁ ହତ୍ୟା କରି ମାଂସକୁ ବିକ୍ରି କରୁଥିବା ଏବଂ ସେମାନେ ନିଜେ ମଧ୍ୟ ଏହି ଗୋମାଂସ ଖାଉଥିବା ନେଇ ଝାରପୋଖରିଆ ପୋଲିସ କୌଣସିସୁତ୍ରରୁ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା। ତେବେ ଅନ୍ୟମାନେ ଘଟଣାସ୍ଥଳରୁ ଦୌଡି ପଳାଇ ଯାଇଥିବା ବେଳେ ୪ଜଣଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲା। ସେମାନେ ହେଲେ ବାଙ୍କୀଶୋଳ ଗ୍ରାମର ଠେବାନ ମୂର୍ମୁ, ସାବନ ମୂର୍ମୁ ଭିମା ମୂର୍ମୁ ଓ କରୁଣାଶୋଳ ଗ୍ରାମର ସାମୁ ସରେନ ଓ ସୁନାମୂହି ଗ୍ରାମର କୁସାଲ କିସ୍କୁ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ସେମାନଙ୍କ ଠାରୁ ଧାରୁଆ ଅସ୍ତ୍ର ଓ ଡେକଚି ମଧ୍ୟ ଉଦ୍ଧାର କରି ଜବତ କରିଛି ପୋଲିସ। ହିନ୍ଦୁବସ୍ତିରେ ଏଭଳି ଜଘନ୍ୟ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା ସହ ପୋଲିସ ଅଧିକ ତଦନ୍ତ କରୁଥିବାବେଳେ ହିନ୍ଦୁ ଧର୍ମ ଭାବନାକୁ ଆଘାତ ଦେଇଥିବା ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଖୋଲତାଡ଼ ପରେ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ନିଜକୁ ହିନ୍ଦୁର ପରିଚୟ ଦେଇ ହିନ୍ଦୁ ଧର୍ମୀୟ ଭାବନା ଓ ବିଶ୍ୱାସ ସହିତ ବିଶ୍ବାସଘାତକତା କରିଥିବା ଅପରାଧୀ ମାନଙ୍କୁ କଠୋର ଦଣ୍ଡର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking