25.1 C
Bhubaneswar
Saturday, February 14, 2026
Homeଓଡିଶାଜୁନ ୧ ଯାଏ ସାରା ରାଜ୍ୟରେ ବଜ୍ରପାତ ଓ ବର୍ଷା

ଜୁନ ୧ ଯାଏ ସାରା ରାଜ୍ୟରେ ବଜ୍ରପାତ ଓ ବର୍ଷା

ଭୁବନେଶ୍ୱର: ଆଜି ସୃଷ୍ଟି ହୋଇପାରେ ଲଘୁଚାପ । ଏହାର ପ୍ରଭାବରେ ଜୁନ ୧ ଯାଏ ସାରା ରାଜ୍ୟରେ ବଜ୍ରପାତ ଓ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ୧୫ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ କିଛି କିଛି ସ୍ଥାନରେ ପବନର ବେଗ ୪୦ରୁ ୫୦ କିଲୋମିଟର ଯାଏ ରହିପାରେ । ସେହିପରି ଝଟକା ପବନର ବେଗ ୬୦ କିଲୋମିଟର ଛୁଇଁବାର ଆଶଙ୍କା ରହିଛି । ୧ ତାରିଖ ଯାଏ ରାଜ୍ୟରେ ଏମିତି ବଜ୍ରପାତ ସହ ଝଡ଼ବର୍ଷା ଲାଗି ରହିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ଓଡ଼ିଶା ଉପକୂଳ ଓ ବାହାରେ ଗଭୀର ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking