31.1 C
Bhubaneswar
Friday, March 27, 2026
Homeଓଡିଶାରାଜଭବନ ସମ୍ମୁଖରେ ବିଜେଡିର ଆନ୍ଦୋଳନ

ରାଜଭବନ ସମ୍ମୁଖରେ ବିଜେଡିର ଆନ୍ଦୋଳନ

ଭୁବନେଶ୍ୱର: ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ଆଜି ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିଛି ବିଜେଡି । ପଛୁଆବର୍ଗକୁ ବିଜେପି ସରକାର ସବୁବେଳେ ଅବହେଳା କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ମେଡିକାଲ ଓ ଇଞ୍ଜିନିୟରିଂରେ କେବେ ଓବିସି ସଂରକ୍ଷଣ ଲାଗୁ କରାଯିବ ବୋଲି ଦଳ ପକ୍ଷରୁ  ପ୍ରଶ୍ନ କରାଯାଇଛି । ଓଡିଶା ସରକାର ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାର ନିଷ୍ପତ୍ତି ନେଇଛନ୍ତି । ଏହାକରି ରାଜ୍ୟ ସରକାର ଓବିସି ଛାତ୍ରଛାତ୍ରୀଙ୍କୁ ଧୋକା ଓ ପ୍ରବଞ୍ଚନା ଦେଇଛନ୍ତି । ଓବିସିଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ନଦେବା ଯାଏ ବିଜେଡି ପକ୍ଷରୁ ଜୋରଦାର ଦାବି କରାଯିବ ବୋଲି କହିଛି ବିଜେଡି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking