15.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଆଇସକ୍ରିମରୁ ବାହାରିଲା ଝିଟିପିଟି ଲାଞ୍ଜ: ମହିଳା ଅସୁସ୍ଥ

ଆଇସକ୍ରିମରୁ ବାହାରିଲା ଝିଟିପିଟି ଲାଞ୍ଜ: ମହିଳା ଅସୁସ୍ଥ

ନୂଆଦିଲ୍ଲୀ: ଗୁଜୁରାଟର ଜଣେ ମହିଳା ଆଇସକ୍ରିମ ଭିତରେ ଏକ ମୃତ ଝିଟିପିଟି ପାଇଥିବା ଦାବି କରିଛନ୍ତି। ସେ ନିକଟରେ ଏକ ଦୋକାନରୁ ଆଇସକ୍ରିମ କିଣିଥିଲେ ଏବଂ ସେଥିରେ ଏକ ମୃତ ଝିଟିପିଟିର ଖଣ୍ଡ ପାଇଥିଲେ। ଏବେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସେ ଅହମ୍ମଦାବାଦର ମଣିନଗର ଅଞ୍ଚଳର ମହାଲକ୍ଷ୍ମୀ କର୍ଣ୍ଣର ଦୋକାନରୁ ନିଜ ପାଇଁ ଏବଂ ତାଙ୍କ ପିଲାମାନଙ୍କ ପାଇଁ ଚାରୋଟି ହାଭମୋର ବ୍ରାଣ୍ଡ ଆଇସକ୍ରିମ କୋନ୍ କିଣିଥିଲେ । ଯେତେବେଳେ ଆଇସକ୍ରିମର ଅଧା ଖାଇଲେ ସେଥିରୁ ସେ ଝିଟିପିଟିର ଏକ ଅଂଶ ପାଇଥିଲେ – ଯାହା ଝିଟିପିଟି ଲାଞ୍ଜ ପରି ଦେଖାଯାଉଥିଲା। ମହିଳା ଜଣକ କହିଛନ୍ତି ଯେ ଆଇସ୍କ୍ରିମ୍ ଖାଇବା ପରେ ତୁରନ୍ତ ତାଙ୍କର ପେଟରେ ପ୍ରବଳ ଯନ୍ତ୍ରଣା ଏବଂ ବାନ୍ତି ଆରମ୍ଭ ହୋଇଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି, ଅଧିକାରୀମାନେ କହିଛନ୍ତି। ତେବେ ଆମେ କମ୍ପାନୀ ବିରୁଦ୍ଧରେ ମାମଲା ରୁଜୁ କରିବୁ। ଦୟାକରି କିଛି ଖାଇବା ପୂର୍ବରୁ ଉତ୍ପାଦଟି ଯାଞ୍ଚ କରନ୍ତୁ ମହିଳା ଜଣକ ଭିଡିଓରେ କହିଛନ୍ତି। ମହିଳା ଜଣକ ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନରେ ଅଭିଯୋଗ କରିଥିଲେ, ଯାହା ପରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଆଇସକ୍ରିମ ପାର୍ଲର ମହାଲକ୍ଷ୍ମୀ କର୍ଣ୍ଣରର ଲାଇସେନ୍ସ ନଥିବାରୁ ଏହାକୁ ସିଲ୍ କରାଯାଇଥିଲା। ଆଇସକ୍ରିମ ବ୍ରାଣ୍ଡ ହାଭମୋର ଉପରେ ମଧ୍ୟ ୫୦,୦୦୦ ଟଙ୍କା ଜରିମାନା ଲଗାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking