26.1 C
Bhubaneswar
Thursday, April 2, 2026
Homeଓଡିଶାପିସିସି ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଏତଲା

ପିସିସି ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଏତଲା

ଭୁବନେଶ୍ଵର: ଗତ ୮ ତାରିଖରେ ଦୂରଦର୍ଶନର ଭାଷ୍ୟକାର ଶ୍ରୀ ଅଶୋକ ଶ୍ରୀବାସ୍ତବ କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଗଦ୍ଦାର ବୋଲି ଏକ ଟିଭି କାର୍ଯ୍ୟକ୍ରମରେ ଆକ୍ଷେପ କରି କହିଥିଲେ। ତାଙ୍କର ଏପରି ମିଥ୍ୟା ଆକ୍ଷେପ ଯୋଗୁଁ କଂଗ୍ରେସ ସଭାପତି ଶ୍ରୀ ଖଡ଼ଗେଙ୍କର ସମ୍ମାନହାନୀ ହୋଇଥୁଲା ଓ କଂଗ୍ରେସ ଦଳର ମଧ୍ୟ ମାନହାନୀ ହୋଇଥିଲା। ଦେଶରେ ବର୍ତ୍ତମାନ ଏକ ଘଡ଼ିଷନ୍ଧି ମୂହୁର୍ତ୍ତରେ ଭାଷ୍ୟକାର ଶ୍ରୀ ଶ୍ରୀବାସ୍ତବ ଘୃଣାଭାବ ପ୍ରସାର କରିବାପାଇଁ ଜାଣିଶୁଣି ଏପରି ଏକ ମନ୍ତବ୍ୟ ଦେଇଥିଲେ। ଏହାର ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ସ୍ଥାନୀୟ କ୍ୟାପିଟାଲ ଥାନାରେ ବିଭାଗର ଅଧ୍ଯକ୍ଷ ଶ୍ରୀ ବାଙ୍କନିଧୂ ବେହେରା ଓ ବିଭାଗର ଜାତୀୟ ଆବାହକ ଶ୍ରୀ ମାନସ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଏତଲ ଦିଆଯାଇଥିଲା। କ୍ୟାପିଟାଲ ଥାନା ଅଧୂକାରୀ ଉକ୍ତ ମାମଲାକୁ ଗ୍ରହଣକରି ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ଅନୁସୂଚୀତ ଜାତି ବିଭାଗର ପ୍ରତିନିଧୂ ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧୂ ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଲିଙ୍ଗରାଜ ସାହୁ, ରାଜକିଶୋର ନାୟକ, ବିକାଶ ଦାସ, ଆତ୍ମାରାମ ପତି ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking