20.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶସମ୍ବନ୍ଧ ରଖିବାକୁ ମନାକରିବାରୁ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ

ସମ୍ବନ୍ଧ ରଖିବାକୁ ମନାକରିବାରୁ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ

ନୂଆଦିଲ୍ଲୀ: ଛତିଶଗଡ଼ରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ୪ ବର୍ଷ ପୂର୍ବେ ଏକ ଦମ୍ପତ୍ତି ବିବାହ କରିଥିଲେ । ସ୍ୱାମୀଜଣକ ରାତିରେ ମଦ ପିଇ ଘରକୁ ଫେରିଥିଲେ । ଏହି ସମୟରେ ସ୍ୱାମୀ, ସ୍ତ୍ରୀକୁ ଶାରୀରିକ ସମ୍ବନ୍ଧ ରଖିବାକୁ କହିଥିଲା । କିନ୍ତୁ ସ୍ତ୍ରୀ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା । ଏହାପରେ ସ୍ୱାମୀ ବବୁଆ ରାଗିଯାଇ ସ୍ତ୍ରୀକୁ ମାରିବାକୁ ଆରମ୍ଭ କଲା । ଏହି ସମୟରେ ଝିଅର ବାପାଙ୍କୁ ଏହି କଥା ଜଣାପଡିଥିଲା । ସେ ସଙ୍ଗେ ସଙ୍ଗେ ତାଙ୍କ ଝିଅ ଘରକୁ ଯାଇଥିଲେ । ଏହାପରେ ସେ ଦୁହିଁଙ୍କୁ ବୁଝାଇ, ନିଜ ଘରକୁ ଚାଲିଯାଇଥିଲେ । ଏହାପରେ ପୁଣି ରାତିରେ ସ୍ୱାମୀ ଜଣକ ତା’ ସ୍ତ୍ରୀକୁ ବାଡାଇଥିଲା । ଏହାପରେ ଜୋରଜବରଦସ୍ତି ଶାରିରୀକ ସମ୍ବନ୍ଧ ରଖିବାକୁ ଚେଷ୍ଟା କରିଥିଲା । ଏହାପରେ ସ୍ତ୍ରୀ ରାଜି ନହେବାରୁ ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଏହାପରେ ସ୍ୱାମୀ, ମୃତ ସ୍ତ୍ରୀର ଶବ ପାଖେ ରାତିସାରା ବସିଥିଲା । ଏହି ବିଷୟରେ ପଡ଼ୋଶୀଙ୍କୁ ତା’ ପର ଦିନ ଜଣାପଡିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବବୁଆକୁ ଗିରଫ କରି, ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking