28.1 C
Bhubaneswar
Monday, February 23, 2026
Homeଦେଶ ବିଦେଶପାକିସ୍ତାନକୁ ଜବାବ ଦେବା ପାଇଁ ସେନାଙ୍କୁ ମିଳିଲା ସ୍ୱାଧୀନତା

ପାକିସ୍ତାନକୁ ଜବାବ ଦେବା ପାଇଁ ସେନାଙ୍କୁ ମିଳିଲା ସ୍ୱାଧୀନତା

ନୂଆଦିଲ୍ଲୀ: ପାକିସ୍ତାନ ପକ୍ଷରୁ ଯୁଦ୍ଧ ବିରତି ଉଲ୍ଲଙ୍ଘନ କରାଯାଇଥିବା ଭାରତ ସ୍ୱୀକାର କରିଛି। ଏହାର ଦୃଢ ଜବାବ ଦେବାକୁ ସୁରକ୍ଷା ବାହିନୀକୁ ସ୍ୱାଧୀନତା ଦିଆଯାଇଛି ବୋଲି ଭାରତ କହିଛି। ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରି ସାମ୍ବାଦିକ ସମ୍ମିଳନୀରେ ଶନିବାର କହିଛନ୍ତି ଯେ ପାକିସ୍ତାନ ପକ୍ଷରୁ ଯୁଦ୍ଧବିରତି ସହମତିର ଉଲ୍ଲଙ୍ଘନ କରାଯାଇଛି। ଏଥିପାଇଁ ପାକିସ୍ତାନ ଦାୟୀ। ଏହାର ଦୃଢ ଜବାବ ଦେବାକୁ ସୁରକ୍ଷା ବାହିନୀକୁ ସ୍ୱାଧୀନତା ଦିଆଯାଇଛି। ପାକିସ୍ତାନ ପରିସ୍ଥିତିର ଗମ୍ଭୀରତାକୁ ବୁଝିବା ଦରକାର ବୋଲି ସେ କହିଛନ୍ତି।

କାରଣ ପହଲଗାମ୍ ବଦଲା ନେବାକୁ ଯାଇ ଭାରତ ପକ୍ଷରୁ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନକୁ ପାନେ ଦେବା ସହ ଆତଙ୍କୀଙ୍କ ଆଡ୍ଡାରେ ହମଲା କରି ପୂରା ପାକିସ୍ତାନକୁ ଥରହର କରାଇବା ପରେ ଲଗାତାର ୩ ଦିନର ଆକ୍ରମଣ ଏବଂ ଭାରତର ଏୟାର ଷ୍ଟ୍ରାଇକରେ ବିଚଳିତ ହୋଇ ପାକିସ୍ତାନ ଭାରତ ଉପରେ ଯେଉଁ ନିଚ୍ଚ ହମଲା କରୁଥିଲା ତାହା ସାରା ବିଶ୍ୱ ଦେଖିଛି । ଭାରତ ଆତଙ୍କୀ ଆଡ୍ଡା ଉପରେ ହମଲା କରିଥିବା ବେଳେ ପାକିସ୍ତାନ କିନ୍ତୁ ସାଧାରଣ ଲୋକଙ୍କ ଉପରେ ଗୁଳିମାଡ କରି ଏବଂ ଡ୍ରୋନ ହମଲା କରୁଥିଲା ଯାହାର ଜବାବ ଭାରତୀୟ ସେନା ଦେଉଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ମାତ୍ର ୩ ଘଣ୍ଟା ପରେ ଭାଙ୍ଗିଯାଇଛି। ପାକିସ୍ତାନ ପୁଣି ଭାରତ ଉପରେ ଡ୍ରୋନ ଆକ୍ରମଣ ଆରମ୍ଭ କରିଛି। ଏବେ ଚୀନ ଖୋଲାଖୋଲି ପାକିସ୍ତାନ ସପକ୍ଷରେ ଆସିଯାଇଛି। ଚୀନ କହିଛି ଯେ ସେ ପାକିସ୍ତାନର ସାର୍ବଭୌମତ୍ୱ ଓ ଅଖଣ୍ଡତା ପଛରେ ରହିଛି। ଏହାର ରକ୍ଷା ପାଇଁ ପାକିସ୍ତାନକୁ ସବୁ ପ୍ରକାରର ସହାୟତା ପ୍ରଦାନ କରାଯିବ। ଚୀନର ଏହି ସମର୍ଥନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛି ପାକିସ୍ତାନ।

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ; ସୀମାରେ ଡ୍ରୋନ୍‌, ଗୁଳିବର୍ଷଣ କଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking