27.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶତୁରନ୍ତ ଯୁଦ୍ଧ ବନ୍ଦ କର: ଟ୍ରମ୍ପ

ତୁରନ୍ତ ଯୁଦ୍ଧ ବନ୍ଦ କର: ଟ୍ରମ୍ପ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ୩ ଦିନ ଧରି ଯୁଦ୍ଧ ସ୍ଥିତି ଲାଗିରହିଥିବାବେଳେ ଦୁଇ ପଡ଼ୋଶୀ ତୁରନ୍ତ ଉତ୍ତେଜନା ହ୍ରାସ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶୁକ୍ରବାର ରାତିରେ ଓଭାଲ ଅଫିସ୍‌ରୁ ପରାମର୍ଶ ଦେଇଛନ୍ତି। ଯଥାଶୀଘ୍ର ସମ୍ଭବ ଯୁଦ୍ଧ ବନ୍ଦ ହେବା ଦେଖିବାକୁ ଚାହାନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ଏପ୍ରିଲ ୨୨ରେ ପାକିସ୍ତାନୀ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରର ପହଲଗାମ୍‌ସ୍ଥିତ ବୈସରନ୍‌ ଉପତ୍ୟକାରେ ୨୬ ହିନ୍ଦୁ ପର୍ଯ୍ୟଟକଙ୍କୁ ଗୁଳିକରି ହତ୍ୟା କରିଥିଲେ। ୧୪ ଦିନର ବ୍ୟବଧାନ ପରେ ଅର୍ଥାତ୍‌ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତ ପାକିସ୍ତାନକୁ ଶକ୍ତିଶାଳୀ ଜବାବ ଦେଇଥିଲା। ସ୍ଥଳସେନା, ବାୟୁସେନା ଓ ନୌସେନାର ମିଳିତ ଉଦ୍ୟମରେ ପାକିସ୍ତାନ ଏବଂ ପାକ୍‌-ଅଧିକୃତ କଶ୍ମୀର (ପିଓକେ)ର ୯ଟି ସ୍ଥାନରେ ମିଶାଇଲ ମାଡ଼ କରାଯାଇ ଆତଙ୍କବାଦୀଙ୍କ ଭିତ୍ତିଭୂମିକୁ ନଷ୍ଟ କରିଦିଆଯାଇଥିଲା।

ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ଶତାଧିକ ଆତଙ୍କବାଦୀ ନିହତ ହୋଇଥିବାବେଳେ ପାକିସ୍ତାନ ସେମାନଙ୍କୁ ଶହୀଦ ଆଖ୍ୟାଦେଇ ଭାରତ ଉପରେ ଆକ୍ରମଣ ଉଦ୍ୟମ ଜାରି ରଖିଛି। ଭାରତୀୟ ସଶସ୍ତ୍ର ବଳ ମଧ୍ୟ ଜଳ, ସ୍ଥଳ ଓ ଆକାଶରେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ପଛାଇନାହିଁ। ଗୁରୁବାର ପାକିସ୍ତାନ ଭାରତର ୧୫ ସହରକୁ ଟାର୍ଗେଟ କରିଥିବାବେଳେ ଶୁକ୍ରବାର ୨୬ ସହରକୁ ଆକ୍ରମଣ ଉଦ୍ୟମ କରିଛି। କିନ୍ତୁ ଭାରତୀୟ ସୁରକ୍ଷା ବଳ ସେସବୁ ଉଦ୍ୟମକୁ ପ୍ରତିହତ କରିଥିବା ଦାବି କରିଛି। ଇତିମଧ୍ୟରେ ଭାରତ-ପାକିସ୍ତାନ ସମ୍ପୂର୍ଣ୍ଣ ଯୁଦ୍ଧ ଆଡ଼କୁ  ଦେଖି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ଉତ୍ତେଜନା ହ୍ରାସ ପାଇଁ ପରାମର୍ଶ ଦେଇଛନ୍ତି। ଏନେଇ ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସେକ୍ରେଟାରି କରୋଲିନ୍‌ ଲେଭିଟ୍‌ କହିଛନ୍ତି, ଯଥାଶୀଘ୍ର ସମ୍ଭବ ଉତ୍ତେଜନା ହ୍ରାସ ହେବା ରାଷ୍ଟ୍ରପତି ଦେଖିବାକୁ ଚାହାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking