31.1 C
Bhubaneswar
Wednesday, March 25, 2026
Homeଓଡିଶାରାଜ୍ୟରେ ଶିଶୁ ଦୁଷ୍କର୍ମ ରୋକିବାରେ ଅସମର୍ଥ ଅପାରଗ ବିଜେପି ସରକାର: ବିଜେଡି

ରାଜ୍ୟରେ ଶିଶୁ ଦୁଷ୍କର୍ମ ରୋକିବାରେ ଅସମର୍ଥ ଅପାରଗ ବିଜେପି ସରକାର: ବିଜେଡି

– ଖଲିଙ୍ଗି ଗାଁରେ ୪ ବର୍ଷର କୋମଳମତି ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି
– ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଏଭଳି ସମ୍ବେଦନଶୀଳ ଘଟଣା ଘଟୁଛି
– ବିଜେପି ଚାପରେ ପୋଲିସ୍‌, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

ଭୁବନେଶ୍ୱର: ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଖଲିଙ୍ଗି ଗ୍ରାମରେ ଏକ ୪ ବର୍ଷର କୋମଳମତି ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ପରେ ତାର ମୃତଦେହ ନିର୍ମାଣାଧୀନ ଏକ ଅଙ୍ଗନୱାଡି କେନ୍ଦ୍ରରୁ ମିଳିବା ଘଟଣା ଜିଲ୍ଲା ଓ ରାଜ୍ୟବାସୀଙ୍କୁ ମର୍ମାହତ କରିଛି । ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ ଶିଶୁ ଅପହରଣ, ନିର୍ଯାତନା, ଯୌନ ଉତ୍ପୀଡ଼ନ ଓ ହତ୍ୟା ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ପୋଲିସ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହେବା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଖଲିଙ୍ଗି ଗ୍ରାମ ଗସ୍ତ ଅବସରରେ ଅଭିଯୋଗ କରିଛନ୍ତି ।

ପ୍ରତିନିଧି ମଣ୍ଡଳୀରେ ଯାଇଥିବା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ, ଗଞ୍ଜାମ ଜିଲ୍ଲା ମହାନାଳା ଗାଁର ଏହି ଛୋଟ ଝିଅଟି ତା’ର ବାପାମାଆ ସହିତ ସପ୍ତାହବ୍ୟାପୀ ଯାତ୍ରାରେ ଯୋଗଦେବା ପାଇଁ ଖଲିଙ୍ଗି ସ୍ଥିତ ତାର ମାମୁଁ ଘରକୁ ଯାଇଥିଲା । ଗତ ଶୁକ୍ରବାର ଦିନ ମାମୁଁ ଘର ପାଖରେ ଅନ୍ୟ ପିଲାମାନଙ୍କ ସହିତ ଝିଅଟି ଖେଳୁଥିବା ସମୟରେ ଖଲିଙ୍ଗି ଗ୍ରାମର ଏକ ଦୁର୍ବୃତ୍ତ ୪ ବର୍ଷର ଏହି କୋମଳମତି ଶିଶୁ କନ୍ୟାକୁ ଅପହରଣ କରି ନେଇ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରିଥିଲା। ଶନିବାର ଭୋର ସମୟରେ ଗାଁ ଲୋକେ ନିର୍ମାଣାଧୀନ ଏକ ଅଙ୍ଗନବାଡ଼ି କୋଠାରୁ ଝିଅଟିର ମୃତଦେହ ପାଇଥିଲେ। ଏହି ପ୍ରସଙ୍ଗ ଜିଲ୍ଲାରେ ରାଜନୈତିକ ଝଡ଼ ସୃଷ୍ଟି କରିଥିଲା । ପୋଲିସ୍‌ର ଅପାରଗତା ଯୋଗୁଁ ଅପରାଧୀଙ୍କ ଆଇନ ପ୍ରତି ଆଉ ଭୟ ନାହିଁ। ଏପରି ଏକ ସମ୍ବେଦନଶୀଳ ଓ ଲଜ୍ଜାଜନକ ଘଟଣା ଜିଲ୍ଲା ଓ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଛି । ବିଜେପି ସରକାରକୁ ଆସିବା ପରେ ନାବାଳିକା ଗର୍ଭବତୀ ହେବା ଓ କୋମଳମତୀ ଶିଶୁକନ୍ୟା ଦୁଷ୍କର୍ମର ଶିକାର ହେବା ଭଳି ହୃଦୟ ବିଦାରକ ଘଟଣା ଘଟିବାରେ ଲାଗିଛି । ପୋଲିସ୍ ଥାନା ଆଜି ବିଜେପି ଦଳର ଚାପରେ ପରିଚାଳିତ । ସରକାର ଯଦି ଚେଇଁ ଶୋଇବେ ତାଙ୍କୁ ଉଠାଇବ କିଏ ବୋଲି ଶ୍ରୀମତୀ ଛୁରିଆ ପ୍ରଶ୍ନ କରିଥିଲେ । ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳାର ଅଧୋଗତି ଯୋଗୁଁ ଗତ ଏକ ମାସ ମଧ୍ୟରେ ୧୫ଟି ହତ୍ୟାକାଣ୍ଡ ସହ ୨୮ଟି ହତ୍ୟା ଉଦ୍ୟମ ଓ ୩୫ଟି ମନ୍ଦିରରୁ ଚୋରି ଘଟିଛି । ଜିଲ୍ଲାରେ ଏଭଳି ସମ୍ବେଦନଶୀଳ ସ୍ଥିତି ପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଏଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।

ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଯାଇଥିବା ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ପୂର୍ବତନ ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ସଙ୍ଘମିତ୍ରା ଦଳେଇ, ଶ୍ରୀମତୀ ରଞ୍ଜିତା ସାହୁ, ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ପ୍ରମୁଖ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଖଲିଙ୍ଗି ଗ୍ରାମକୁ ଯାଇ ମୃତ କୋମଳମତୀ ଶିଶୁର ପରିବାରବର୍ଗକୁ ଭେଟି ଗଭୀର ସମବେଦନା ଜଣାଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସହ ତ୍ୱରିତ ନ୍ୟାୟ ଦେବା ପାଇଁ ବିଜେଡି ଟିମ୍ ଦାବି କରିଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking