ଅନୁଗୁଳ: ଅନୁଗୁଳ ତାଳଚେରର ବୋଲେଣ୍ଡା ଅଞ୍ଚଳରେ ଓଆଇଏସଏଫ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ସ୍ଥାନୀୟ ଗୁରୁଦ୍ୱାର ଅଞ୍ଚଳର ୪୦ ବର୍ଷୀୟ ସୁଶାନ୍ତ ସାହୁ । ସକାଳୁ ଯୁବକ ଜଣଙ୍କ ବଜାରକୁ ପରିବା ପାଇଁ ଯାଉଥିବା ବେଳେ ସାମ୍ନାପଟୁ ଓଆଇଏସଏଫର ପୋଲିସ ଗାଡି ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା ବୋଲି ପ୍ରତ୍ୟେକ୍ଷଦର୍ଶୀ ଅଭିଯୋଗ କରିଛନ୍ତି । ଫଳରେ ଘଟଣାସ୍ଥଳରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖାଦେଇଛି । ଦୁର୍ଘଟଣା କରି ଗାଡି ଫେରାର ହୋଇଯାଇଛି । ତଦନ୍ତ କରି ଉଚିତ ଦୋଷୀକୁ ଦଣ୍ଡ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।








