19.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଭଗବଦ୍ ଗୀତା ଏବଂ ନାଟ୍ୟଶାସ୍ତ୍ର ୟୁନେସ୍କୋ ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ସାମିଲ

ଭଗବଦ୍ ଗୀତା ଏବଂ ନାଟ୍ୟଶାସ୍ତ୍ର ୟୁନେସ୍କୋ ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ସାମିଲ

ନୂଆଦିଲ୍ଲୀ: ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରକୁ ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ସାମିଲ କରାଯାଇଛି। ଏହି ଦୁଇ ଅଭିଲେଖାକୁ ମିଶାଇ ମୋଟ ୧୪ଟି ଅଭିଲେଖା (ପ୍ରାଚୀନ କୃତି) ୟୁନେସ୍କୋର ଏହି ଅନ୍ତର୍ଜାତୀୟ ରେଜିଷ୍ଟରରେ ସାମିଲ ହୋଇଛନ୍ତି। ଗତବର୍ଷ ରାମ ଚରିତମାନସ, ପଞ୍ଚତନ୍ତ୍ର ଓ ଆଚାର୍ଯ୍ୟ ଆନନ୍ଦବର୍ଦ୍ଧନଙ୍କ ସହୃଦୟାଲୋକ-ଲୋଚନ ଏହି ତାଲିକାରେ ସ୍ଥାନ ପାଇଥିଲା। ତେବେ ଭଗବତ୍ ଗୀତା ଏବଂ ନାଟ୍ୟଶାସ୍ତ୍ରକୁ ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ସାମିଲ କରାଯିବାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଖୁସିବ୍ୟକ୍ତ କରିଛନ୍ତି। ସେ ଏହାକୁ ବିଶ୍ୱର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି।

ମୋଦୀଙ୍କ କହିବାନୁସାରେ ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଗୀତା ଏବଂ ନାଟ୍ୟ ଶାସ୍ତ୍ରର ଅନ୍ତର୍ଭୁକ୍ତି ଆମର କାଳଜୟୀ ଜ୍ଞାନ ଏବଂ ସମୃଦ୍ଧ ସଂସ୍କୃତିର ଏକ ବିଶ୍ୱସ୍ତରୀୟ ସ୍ୱୀକୃତି। ଗୀତା ଏବଂ ନାଟ୍ୟ ଶାସ୍ତ୍ର ଶତାବ୍ଦୀ ଶତାବ୍ଦୀ ଧରି ସଭ୍ୟତା ଏବଂ ଚେତନାକୁ ପୋଷଣ କରିଆସିଛି। ତାଙ୍କର ଅନ୍ତର୍ଦୃଷ୍ଟି ବିଶ୍ୱକୁ ପ୍ରେରଣା ଦେଇ ଚାଲିଛି। ସେହିପରି କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ମଧ୍ୟ ଏଥିରେ ଖୁସି ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନିଜ୍ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ, “ଭାରତୀୟ ସଭ୍ୟତାର ଐତିହ୍ୟ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ! ଶ୍ରୀମଦ୍ ଭଗବତ ଗୀତା ଓ ଭାରତ ମୁନିଙ୍କ ନାଟ୍ୟଶାସ୍ତ୍ର ଏବେ ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଛି। ଏହି ବିଶ୍ୱସ୍ତରୀୟ ସମ୍ମାନ ଭାରତର ଚିରନ୍ତନ ଜ୍ଞାନ ଏବଂ କଳାତ୍ମକ ପ୍ରତିଭାକୁ ପାଳନ କରୁଛି । ଏହି କାଳଜୟୀ କୃତିଗୁଡ଼ିକ ସାହିତ୍ୟିକ ସମ୍ପଦ ଠାରୁ ଅଧିକ। ଏଗୁଡ଼ିକ ହେଉଛି ଦାର୍ଶନିକ ଏବଂ ସୌନ୍ଦର୍ଯ୍ୟମୂଳକ ଭିତ୍ତିଭୂମି ଯାହା ଭାରତର ବିଶ୍ୱ ଦୃଷ୍ଟିକୋଣ ଏବଂ ଆମେ ଚିନ୍ତା କରିବା, ଅନୁଭବ କରିବା, ବଞ୍ଚିବା ଏବଂ ପ୍ରକାଶ କରିବାର ଶୈଳୀକୁ ଆକାର ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking