27.1 C
Bhubaneswar
Thursday, May 22, 2025
Homeଓଡିଶାକଟକରେ ଡବଲ୍ ଏନ୍‌କାଉଣ୍ଟର

କଟକରେ ଡବଲ୍ ଏନ୍‌କାଉଣ୍ଟର

କଟକ: କଟକ ଚୌଦ୍ୱାରର ଇନ୍ଦ୍ରାଣୀପାଟଣାରେ ଡବଲ୍ ଏନ୍‌କାଉଣ୍ଟର । ଦୁଇ ଜଣ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରିଛି ଚୌଦ୍ୱାର ପୋଲିସ । ଶୁଭ୍ରଜିତ ପରିଡା ଓ କଟାସ ରାଉତକୁ ଏନ୍‌କାଉଣ୍ଟର । ଚୌଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍‌ର ମିଳିତ ଭାବେ ଏନ୍‌କାଉଣ୍ଟର କରିଛନ୍ତି । ପୋଲିସ ଗୁଳିରେ ଆହତ ଦୁଇ ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ଏସ୍ ସିବିରେ ଭର୍ତ୍ତି କରାଯାଇଛି । ଶୁଭ୍ରାଂଶୁ ପରିଡା ଓ କଟାସ ରାଉତ ଅନେକ ଅପରାଧିକ କାର୍ଯ୍ୟକଳାପରେ ସଂମ୍ପୃକ୍ତ ଥିବା ସୂଚନା ମିଳିଛି । ପୋଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲେ ଦୁର୍ବୃତ୍ତମାନେ । ଦୁର୍ବୃତ୍ତମାନଙ୍କ ଗୁଳି ମାଡରେ ୩ ଜଣ ପୋଲିସ କର୍ମଚାରୀ ଆହତ । ଏହାପରେ ପୋଲିସର ପାଲଟା ଜବାବରେ ଦୁଇଜଣ ଆହତ ହୋଇଛନ୍ତି । ସେମାନଙ୍କ ନିକଟରୁ ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ଭୁବନେଶ୍ୱର ଓ କଟକରେ ୪୨ ମୌଜାର ଶୁଭ୍ରଜିତ ପରିଡା ନାଁରେ ୪୯ଟି ଓ ନନ୍ଦନକାନନର ସଂଗ୍ରାମ ରାଉତଙ୍କ ନାଁରେ ୧୫ଟି ଅପରାଧିକ ମାମଲା ରହିଛି । ଏନେଇ କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking