25.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶନୂଆ ବିବାଦରେ ତାମିଲନାଡୁ ରାଜ୍ୟପାଳ

ନୂଆ ବିବାଦରେ ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ଆର୍‌ଏନ୍ ରବି, ନିଜ ପାଇଁ ଏବେ ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି। ଏକ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ନିଜ ଭାଷଣରେ କଲେଜ ଛାତ୍ରଛାତ୍ରୀମାନଙ୍କୁ ‘ଜୟ ଶ୍ରୀ ରାମ’ ଜପ କରିବାକୁ କହିଥିଲେ। ତାଙ୍କର ଏପ୍ରକାର ମନ୍ତବ୍ୟକୁ ଶାସକ ଦଳ, ରାଜ୍ୟ ସରକାର ଏବଂ ଶିକ୍ଷାନୁଷ୍ଠାନର ଅନେକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଛାତ୍ରଛାତ୍ରୀମାନେ ତୀବ୍ର ନିନ୍ଦା କରିଛନ୍ତି। ଏପରିକି ଏକ ଶିକ୍ଷାନୁଷ୍ଠାନ ସଂଗଠନ ମଧ୍ୟ ତାଙ୍କୁ ବିଶ୍ୱବିଦ୍ୟାଳୟ କୁଳପତି ଏବଂ ରାଜ୍ୟପାଳ ପଦରୁ ବହିଷ୍କାର କରିବାକୁ ମଧ୍ୟ ଦାବି କରିଛି।

ପ୍ରକାଶ, ନିକଟରେ ତାମିଲନାଡୁ ରାଜ୍ୟପାଳ ଆର୍‌ଏନ୍ ରବିଙ୍କୁ ତିନି ବର୍ଷରୁ ଅଧିକ ସମୟ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହୀତ ୧୦ଟି ବିଲ୍ ଅଟକାଇ ରଖିବା ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ କଡା ଭର୍ତ୍ସନା କରିଥିଲେ। ସୁପ୍ରିମକୋର୍ଟ ତାଙ୍କର ଏପ୍ରକାର ନିଷ୍ପତ୍ତିକୁ “ଅବୈଧ” ଏବଂ “ନିଚ୍ଛାଚାରୀ” ବୋଲି କହିଥିଲେ। ରାଜ୍ୟପାଳ “ସତ୍ତ୍ୱପୂର୍ଣ୍ଣ ବିଶ୍ୱାସ” ସହିତ କାର୍ଯ୍ୟ କରିନାହାଁନ୍ତି ବୋଲି ଖଣ୍ଡପୀଠ କହିଥିଲେ। ଏଥିସହ ସେ ଦେଇଥିବା ନିଷ୍ପତ୍ତିସବୁକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିଲେ। ତେବେ ଏସବୁକୁ ନେଇ ତାଙ୍କୁୂ ଚାରିଆଡୁୂ ସମାଲୋଚନା କରାଯାଉଥିବା ବେଳେ ସେ ଏବେ ନୂଆ ବିବାଦରେ ଫସିଛନ୍ତି। ଜୟ ଶ୍ରୀ ରାମ ଜପ କରିବାକୁ ପରାମର୍ଶ ଦେବା ପ୍ରସଙ୍ଗରେ ଏକ ବିବୃତ୍ତି ଜାରି କରି ରାଜ୍ୟର ଅଣଲାଭକାରୀ ସଂଗଠନ “ଷ୍ଟେଟ୍ ପ୍ଲାଟଫର୍ମ ଫର୍ କମନ୍ ସ୍କୁଲ ସିଷ୍ଟମ୍ – ତାମିଲନାଡୁ” କହିଛି ଯେ, “ଶ୍ରୀ ଆର୍‌ଏନ୍ ରବି ତାଙ୍କ ପଦର ଶପଥ ଉଲ୍ଲଂଘନ କରିଛନ୍ତି। ସେ ସମ୍ବିଧାନ ପାଳନ କରିବାରେ ଏବଂ ଏହାର ଆଦର୍ଶ ଏବଂ ପ୍ରତିଷ୍ଠାନକୁ ସମ୍ମାନ କରିବାରେ ବିଫଳ ହୋଇଛନ୍ତି। ଭାରତୀୟ ସମ୍ବିଧାନର ଧାରା ୧୫୯କୁ ଜାଣିଶୁଣି ଉଲ୍ଲଂଘନ କରିଥିବାରୁ ଶ୍ରୀ ଆରଏନ ରବିଙ୍କୁ ତାମିଲନାଡୁର ରାଜ୍ୟପାଳ ପଦରୁ ତୁରନ୍ତ ବହିଷ୍କାର କରାଯିବା ଉଚିତ୍‌।

ଏସବୁ ମଧ୍ୟରେ ତାମିଲନାଡୁ ସରକାର, ରାଜ୍ୟପାଳ ଆରଏନ୍ ରବିଙ୍କୁ ଅଣଦେଖା କରିବା ସହ ୧୦ ନୂଆ ଆଇନ ଆଣିଛନ୍ତି। ଏହି ୧୦ ନୂଆ ଆଇନ୍ ମଧ୍ୟରେ ତାମିଲନାଡୁ ମତ୍ସ୍ୟ ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୩, ତାମିଲନାଡୁ ପ୍ରାଣୀ ବିଜ୍ଞାନ ୟୁନିଭରସିଟି (ସଂଶୋଧନ) ଆଇନ-୨୦୨୦, ତାମିଲନାଡୁ ୟୁନିଭରସିଟି ଆଇନ (ସଂଶୋଧନ) ଆକ୍ଟ-୨୦୨୨, ତାମିଲନାଡୁ ଡ. ଆମ୍ବେଡକର ଲ’ ୟୁନିଭରସିଟି (ଆମେଣ୍ଡ୍‌ମେଣ୍ଟ୍‌) ଆକ୍ଟ-୨୦୨୨, ତାମିଲନାଡୁ ଡ. ଏମ୍‌ଜିଆର୍ ମେଡିକାଲ ୟୁନିଭରସିଟି, ଚେନ୍ନାଇ (ସଂଶୋଧନ) ଆଇନ-୨୦୨୨, ତାମିଲନାଡୁ କୃଷି ୟୁନିଭରସିଟି (ସଂଶୋଧନ) ଆଇନ-୨୦୨୨ ଆଦି ଅନ୍ତର୍ଭୁକ୍ତ। ନବପ୍ରଣୀତ ଆଇନ ବଳରେ ତାମିଲନାଡୁ ସରକାର ରାଜ୍ୟର ୧୮ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିପାରିବେ। ପୂର୍ବରୁ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ଥିବା ରାଜ୍ୟପାଳଙ୍କ ହାତରେ ଏହି ନିଯୁକ୍ତି କ୍ଷମତା ରହିଥିଲା। କିନ୍ତୁ ସୁପ୍ରିମକୋର୍ଟଙ୍କ ନୂଆ ନିର୍ଦ୍ଦେଶ ସବୁ ଖେଳ ଓଲଟପାଲଟ କରିଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking