18.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଟ୍ରମ୍ପଙ୍କ ଆଗରେ ମୁଣ୍ଡ ନୁଆଁଇଲା ଚୀନ୍

ଟ୍ରମ୍ପଙ୍କ ଆଗରେ ମୁଣ୍ଡ ନୁଆଁଇଲା ଚୀନ୍

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧକୁ ନେଇ ଦୁଇ ମହାଶକ୍ତି ଆମେରିକା ଏବଂ ଚୀନ ମୁହାଁମୁହିଁ ହୋଇଛନ୍ତି। ଚୀନ୍ ପ୍ରଥମେ ଏଥିରେ କଠୋର ମନୋଭାବ ଦେଖାଇଥିଲା, କିନ୍ତୁ ଧୀରେ ଧୀରେ ଏହାର ମନୋଭାବ ନରମ ହେଉଛି। ସଦ୍ୟତମ ଘଟଣାକ୍ରମରେ, ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ରବିବାର (୧୩ ଏପ୍ରିଲ, ୨୦୨୫) ଆମେରିକାକୁ ପାରସ୍ପରିକ ଶୁଳ୍କକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ଅପିଲ କରିଛି। “ଆମେ ଆମେରିକାକୁ ତା’ର ଭୁଲ ସଂଶୋଧନ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ, ପାରସ୍ପରିକ ଶୁଳ୍କର ଭୁଲ ଅଭ୍ୟାସକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ଏବଂ ପାରସ୍ପରିକ ସମ୍ମାନର ସଠିକ୍ ପଥକୁ ଫେରିବାକୁ ଅନୁରୋଧ କରୁଛୁ,” ସମ୍ବାଦ ସରବରାହ ସଂସ୍ଥା ଏଏଫ୍ପି ମନ୍ତ୍ରଣାଳୟ ମୁଖପାତ୍ରଙ୍କ ଉଦ୍ଧୃତି ଦେଇ କହିଛି। ପୂର୍ବରୁ ଶନିବାର (୧୨ ଏପ୍ରିଲ୍, ୨୦୨୫) ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ମାର୍ଟଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ପାଇଁ ଛାଡ଼ ଘୋଷଣା କରିଥିଲେ।

ଚୀନର ବାଣିଜ୍ୟ ମନ୍ତ୍ରଣାଳୟ କହିଛି, “ବାଘ ବେକରେ ବାନ୍ଧିଥିବା ଘଣ୍ଟି କେବଳ ସେହି ବ୍ୟକ୍ତି ଖୋଲିପାରିବ ଯିଏ ଏହାକୁ ବାନ୍ଧିଛି।” ମନ୍ତ୍ରଣାଳୟ ଟ୍ରମ୍ପ ପ୍ରଶାସନକୁ ଶୁଳ୍କ ପ୍ରତି ଏହାର ଆଭିମୁଖ୍ୟ ସଂଶୋଧନ କରିବାକୁ ଆହ୍ୱାନ କରିଛି। ଚୀନ୍ କହିଛି ଯେ କିଛି ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଶୁଳ୍କରୁ ମୁକ୍ତ କରିବା ପାଇଁ ଏହା ଏବେ ବି ବିଚାର କରୁଛି, କାରଣ ଦେଶକୁ ୯୦ ଦିନର ଶୁଳ୍କ ସ୍ଥଗିତ ରଖିବା ପରେ ମଧ୍ୟ ଅଧିକାଂଶ ଚୀନ୍ ସାମଗ୍ରୀ ଉପରେ ୧୪୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking