23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ସନୋଜ ମିଶ୍ର

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ସନୋଜ ମିଶ୍ର

ଗାଜିଆବାଦ୍‌: ପ୍ରୟାଗରାଜ କୁମ୍ଭମେଳା ସମୟରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ନିଜ ଫିଲ୍ମରେ ଅଭିନୟ ପାଇଁ ଅଫର୍ ଦେଇଥିବା ୪୫ ବର୍ଷୀୟ ଫିଲ୍ମ ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ୨୦୨୦-୨୧ ମସିହାର ଏକ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିବା ପରେ ତାଙ୍କୁ ଦିଲ୍ଲୀ ପୁଲିସ୍ ଗିରଫ କରିଛି। ତେବେ ଗାଜିଆବାଦରେ ପୁଲିସ ସନୋଜଙ୍କୁ ଗିରଫ କରିବା ପରେ ନବୀ କରିମ୍ ପୁଲିସ ଷ୍ଟେସନ ତାଙ୍କୁ ହେପାଜତ୍‌କୁ ନେଇଥିଲା। ରିପୋର୍ଟ ଅନୁସାରେ ସନୋଜ ମିଶ୍ରଙ୍କ ନାମରେ ଆସିଥିବା ଅଭିଯୋଗ ଅନୁସାରେ ଏକ ଛୋଟ ସହରର ଜଣେ ୨୮ ବର୍ଷୀୟା ଯୁବତୀଙ୍କୁ ଫିଲ୍ମରେ ହିରୋଇନ୍ କରିବାର ଲୋଭ ଦେଖାଇ ଦୀର୍ଘ ୪ ବର୍ଷ ଧରି ବାରମ୍ବାର ଦୁଷ୍କର୍ମ କରିଥିଲେ। ଫିଲ୍ମ ଅଭିନେତ୍ରୀ ହେବାର ଇଚ୍ଛା ରଖିଥିବା ଏହି ଯୁବତୀଜଣକ ଦାବି କରିଛନ୍ତି ଯେ, ସେ ମୁମ୍ବାଇରେ ସନୋଜଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ଥିଲେ। ଏହି ସମୟରେ ସନୋଜ ତାଙ୍କୁ ତିନି ଥର ଗର୍ଭପାତ କରାଇବାକୁ ମଧ୍ୟ ବାଧ୍ୟ କରିଥିଲେ।

ସନୋଜ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପଛଘୁଞ୍ଚା ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ଶାରୀରିକ ସମ୍ପର୍କ ସମୟର କିଛି ଅଶ୍ଳୀଳ ଭିଡିଓକୁ ଲିକ୍ କରି ବଦନାମ୍ କରିବାର ଭୟ ଦେଖାଇ ସନୋଜ, ବାରମ୍ବାର ପୀଡ଼ିତାଙ୍କ ସହ ଦୁଷ୍କର୍ମ କରୁଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି। ଏହି ମାମଲାରେ ଦିଲ୍ଲୀ ପୋଲିସ କହିଛି ଯେ, ୨୦୨୪ ମାର୍ଚ୍ଚ ୬ରେ ଦୁଷ୍କର୍ମ, ଆକ୍ରମଣ, ଗର୍ଭପାତ ଏବଂ ଧମକ ଦେବା ସମେତ ଅନେକ ଧାରାରେ ସନୋଜ ମିଶ୍ରଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ କରାଯାଇଥିଲା। ଘଟଣା ସମ୍ପର୍କରେ ମୁଜାଫରନଗରରୁ ଗର୍ଭପାତ ସମ୍ପର୍କିତ ଡାକ୍ତରୀ ପ୍ରମାଣସବୁକୁ ମଧ୍ୟ ପୋଲିସ୍ ସଂଗ୍ରହ କରିଛି। ପୋଲିସ୍ ଦର୍ଶାଇଛି ଯେ, ଅଭିଯୁକ୍ତ ସନୋଜ ମିଶ୍ର, ୨୦୨୫ ଫେବୃଆରୀ ୧୮ରେ ମଧ୍ୟ ପୀଡ଼ିତା ଯୁବତୀଙ୍କୁ ନବୀ କରିମର ହୋଟେଲ ଶିବାକୁ ଆସି ତାଙ୍କୁ ଭେଟିବାକୁ କହିଥିଲେ। ପରେ ହୋଟେଲ୍ ରୁମ୍‌ରେ ସେ ପୀଡ଼ିତାଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ଛାଡ଼ି ଦେଇଥିଲେ ବୋଲି ପୀଡ଼ିତା ନିଜ ବୟାନ୍‌ରେ ଦର୍ଶାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking