25.9 C
Bhubaneswar
Monday, April 6, 2026
Homeଓଡିଶାନୂତନ ଅଭିଳାଷ ଯୋଜନାର ତାଲିମ ଶିବିର

ନୂତନ ଅଭିଳାଷ ଯୋଜନାର ତାଲିମ ଶିବିର

ଯାଜପୁର: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଙ୍କ ଆନୁକୂଲ୍ୟ ରେ ଜିଲ୍ଲା ପ୍ରଶାସନ, ଯାଜପୁର ଙ୍କ ଦ୍ଵାରା ନୂତନ ଉନ୍ନତ ଅଭିଳାଷ ଓଡ଼ିଶା ଯୋଜନା ଅନ୍ତର୍ଭୁକ୍ତ ସ୍ଵତନ୍ତ୍ର ପ୍ରକଳ୍ପ ମାଧ୍ୟମରେ ସ୍ଥାନୀୟ ଜିଲ୍ଲା କାରାଗାର ର ଅନ୍ତେବାସୀ ମାନଙ୍କୁ ଗାଈ, ମଇଁଷି, ଛେଳି ଚାଷ ସହିତ ଜିଆ ଖତ ଉତ୍ପାଦନ ଓ ପ୍ରସ୍ତୁତି ପ୍ରଣାଳୀ ସମ୍ବନ୍ଧୀୟ ଏକ ୧୦ ଦିନିଆ ଦକ୍ଷତା ବିକାଶ ତାଲିମ୍ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଅଛି। ଏହି ତାଲିମ୍ କାର୍ଯ୍ୟକ୍ରମ ଚଳିତ ମାସ ୨୮ ତାରିଖ ରୁ ଆରମ୍ଭ ହୋଇ ଆସନ୍ତା ଏପ୍ରିଲ ମାସ ୫ ରେ ସମାପ୍ତ ହେବ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଉପସ୍ଥିତ ଅନ୍ୟ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ନାଏକ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ, ଶ୍ରୀ ସୁରେଶ ଚନ୍ଦ୍ର ନାଏକ, ନିର୍ଦ୍ଦେଶକ ଏସବିଆରସେଟି, ଶ୍ରୀ ପ୍ରଭାତ କୁମାର ବସ୍ତୀ, ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ, ଶ୍ରୀ ସୁନୀଲ କୁମାର ପାତ୍ର, କାରାପାଳ ତଥା ଅଧିକ୍ଷକ ଙ୍କ ସହିତ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।

ଜିଲ୍ଲା କାରାଗାର ଅନ୍ତେବାସୀ ମାନଙ୍କୁ ଷ୍ଟେଟ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ, ଯାଜପୁରଙ୍କ ଦ୍ଵାରା ସ୍ଵତନ୍ତ୍ର ପ୍ରଶିକ୍ଷକ ଙ୍କ ମାଧ୍ୟମ ରେ ତାଲିମ୍ ପ୍ରଦାନ କରାଯିବ। ତାଲିମ୍ ବାବଦ ର ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦ୍ଵାରା ପ୍ରଦାନ କରାଯିବ। ତାଲିମ୍ ସମାପ୍ତ ପରେ ତାଲିମ୍ ପ୍ରାପ୍ତ ସମସ୍ତ ଅନ୍ତେବାସୀ ମାନଙ୍କୁ ଷ୍ଟେଟ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପ୍ରଦତ୍ତ ପ୍ରମାଣ ପତ୍ର ସହିତ ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯିବ। ଏହି ପ୍ରମାଣ ପତ୍ର ମାଧ୍ୟମ ରେ କାରାଗାର ଅନ୍ତେବାସୀ ମାନେ ପରବର୍ତ୍ତୀ ସମୟ ରେ ମୁକ୍ତ ହେବା ପରେ ଋଣ ପାଇଁ ଆବେଦନ କରିପାରିବେ ଓ ଉଦ୍ୟୋଗୀ ହୋଇ ଆତ୍ମନିର୍ଭରଶୀଳ ହୋଇପାରିବେ। ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ତାଲିମ୍ ପାଇଁ ଚୟନ ହୋଇଥିବା ଅନ୍ତେବାସୀ ମାନଙ୍କୁ ୟୁନିଫର୍ମ ପୋଷାକ ସମେତ ପାଠ୍ୟ ଉପକରଣ ଉପସ୍ଥିତ ବିଭିନ୍ନ ଅଧିକାରୀଙ୍କ ଦ୍ବାରା ବଣ୍ଟନ କରାଯାଇଥିଲା।

ଏହି ତାଲିମ୍ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ନାଏକ, ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ, ଶ୍ରୀ ପ୍ରଭାତ କୁମାର ବସ୍ତୀ, ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ କର୍ମଚାରୀ, ଶ୍ରୀ ରାକେଶ କୁମାର ନାୟକ ସମସ୍ତ ପରିଚାଳନା ଓ ଆୟୋଜନ କରିଥିବା ବେଳେ ତାଲିମ୍ ପ୍ରଦାନ ପାଇଁ ଏସବିଆରସେଟି ନିର୍ଦ୍ଦେଶକ ଶ୍ରୀ ସୁରେଶ ଚନ୍ଦ୍ର ନାଏକ, ମୁଖ୍ୟ ପ୍ରଶିକ୍ଷକ, ଶ୍ରୀ ପ୍ରସନ୍ନ କୁମାର ରାଉତ, ଗୋପାଳନ ପ୍ରଶିକ୍ଷକ ଶ୍ରୀ ପ୍ରମୋଦ ଚନ୍ଦ୍ର ଦ୍ବିବେଦୀ, ପ୍ରଶିକ୍ଷୀକା ଶ୍ରୀମତୀ ସୋନିଆ ଦାସ ସହଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲା କାରାଗାର ତରଫ ରୁ କାରାପାଳ ତଥା ଅଧିକ୍ଷକ, ଶ୍ରୀ ସୁନୀଲ କୁମାର ପାତ୍ର, ସହକାରୀ କାରାପାଳ, ଶ୍ରୀ ପ୍ରଭାସ କୁମାର ଜେନା, ଉପ ସହକାରୀ କାରାପାଳ, ଶ୍ରୀ ନିମାଇଁ ଚରଣ ବିଶ୍ଵାଳ ଓ ଶ୍ରୀମତୀ ମମତା ଦେହୁରୀ ଙ୍କ ସମେତ କାରାଗାରର ସମସ୍ତ କର୍ମଚାରୀ ଆବଶ୍ୟକୀୟ ସହଯୋଗ ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking