30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶନାବାଳିକାକୁ ଗଣଦୁଷ୍କର୍ମ: ପରିବାର ଆଣିଲେ ଅଭିଯୋଗ

ନାବାଳିକାକୁ ଗଣଦୁଷ୍କର୍ମ: ପରିବାର ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ : ଦରଭଙ୍ଗା ଜିଲ୍ଲାର ଏକ ଗାଁରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ସହ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଏନେଇ ପୀଡିତାଙ୍କ ପରିବାର ପୋଲିସରେ ଅଭିଯୋଗ ଦାଖଲ କରିଛନ୍ତି । ଯେଉଁଥିରେ ଗ୍ରାମର ଚୌକିଦାରଙ୍କ ପୁଅକୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଇଛି । ଏହି ଘଟଣାକୁ ନେଇ ଗାଁରେ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା ।

ଗଣଦୁଷ୍କର୍ମ ଘଟଣାଟି ମାର୍ଚ୍ଚ ୧୫ ତାରିଖରେ ଘଟିଥିଲା, ଯେତେବେଳେ ସମଗ୍ର ଗାଁ ହୋଲି ପାଳନ କରି ରାତିରେ ଶୋଇଥିଲା। ରାତି ପ୍ରାୟ ୮ଟାରେ ପୀଡିତା ଜଣକ ଶୌଚ ହେବାକୁ ବାହାରକୁ ଆସିବା ପରେ ଦୁର୍ଗେଶ ପାସୱାନ ତାଙ୍କୁ ପ୍ରଲୋଭନ ଦେଖାଇ ଗାଁର ଧୋଭିୟାହି ବଗିଚାକୁ ନେଇଯାଇଥିଲେ। ଯେଉଁଠାରେ ସୁମିତ ପାସୱାନ, ଦିଲ ଖୁସ ପାସୱାନ, ସଚିତ ପାସୱାନ, ଅମିତ ପାସୱାନ, ଅଙ୍କୁଶ ପାସୱାନ, ସୁଜିତ ପାସୱାନ, ବିଶାଲ ପାସୱାନ, ରାଘବ ପାସୱାନ ଏବଂ ଅଙ୍କିତ ପାସୱାନ ପୂର୍ବରୁ ଉପସ୍ଥିତ ଥିଲେ। ସମସ୍ତ ଯୁବକ ମଦ୍ୟପାନ କରିଥିଲେ। ଦୁର୍ଗେଶ ପାସୱାନ ପ୍ରଥମେ ପୀଡିତାଙ୍କୁ ବଳାତ୍କାର କରିଥିଲେ, ତା’ପରେ ଅନ୍ୟ ଯୁବକମାନେ ତାଙ୍କୁ ଜଣ ଜଣ କରି ବଳାତ୍କାର କରିଥିଲେ। ପୀଡିତା ଚେତାଶୂନ୍ୟ ହୋଇ ପଡ଼ିଥିଲେ, ଯାହା ପରେ ଅଭିଯୁକ୍ତ ତାଙ୍କୁ ସେଠାରେ ଛାଡି ପଳାଇ ଯାଇଥିଲେ। ପରିବାର ଲୋକ ତାଙ୍କୁ ବଗିଚାରେ ଅଚେତ ଅବସ୍ଥାରେ ପାଇଲେ। ଅଭିଯୁକ୍ତମାନେ ପୀଡିତାଙ୍କ ପରିବାରକୁ ଧମକ ଦେଇଥିଲେ ଯେ ଯଦି ସେମାନେ ପୋଲିସରେ ଅଭିଯୋଗ କରନ୍ତି, ତେବେ ଭିଡିଓ ଭାଇରାଲ କରିବେ।

ପରିବାର ପକ୍ଷରୁ ୨୫ ମାର୍ଚ୍ଚରେ ପୋଲିସରେ ଅଭିଯୋଗ କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଇଥିଲା । ପୀଡିତାଙ୍କ ବାପା ରାଜ୍ୟ ବାହାରେ କାମ କରନ୍ତି। ପ୍ରଥମେ, ପରିବାର ଲୋକ ମାନହାନି ଭୟରେ ପୋଲିସରେ ଅଭିଯୋଗ କରିବାକୁ ସଂକୋଚ କରୁଥିଲେ । ଗାଁ ଲୋକଙ୍କ ଚାପ ପରେ ପରିବାର ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଗ୍ରାମବାସୀ ଦାବି କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking