29.4 C
Bhubaneswar
Monday, May 25, 2026
Homeଓଡିଶାବିପ୍ଲବୀ ବିର୍ଶାମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ବିପ୍ଲବୀ ବିର୍ଶାମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଯାଜପୁର: ଯାଜପୁର ଜିଲ୍ଲା ର ଯାଜପୁର ବ୍ଲକ ର ଖଣ୍ଡରା ପଞ୍ଚାୟତ କଲ୍ୟାଣ ମଣ୍ଡପ ରେ ବିପ୍ଲବୀ ବିର୍ଶା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। କମଳାକାନ୍ତ ମିଶ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କୁ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ସ୍ୱାମୀ ସଚିଦାନନ୍ଦ ମହାରାଜ ଯୋଗ ଦେଇ ବିର୍ଶାମୁଣ୍ଡା ଙ୍କ ଆତ୍ମଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ଫାଉଣ୍ଡେସନର ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କ ସଭାପତିତ୍ୱ ରେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ବୈକୁଣ୍ଠନାଥ ପତି, ସମାଜସେବୀ ମଞ୍ଜୁଲତା ସ୍ବାଇଁ, ସମାଜସେବୀ ସଞ୍ଜୟ ମିଶ୍ର ପ୍ରମୁଖ ଯୋଗ ଦେଇ ବିର୍ଶା ମୁଣ୍ଡାଙ୍କ ଭଳି ସାହସୀ ଓ ଦେଶପ୍ରେମୀ ହେବାକୁ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ। ଜାତୀୟ ମହିଳା ଦିବସ ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ରେ ୧ହଜାର ରୁ ଉର୍ଦ୍ଧ୍ବ ମହିଳା ମାନଙ୍କୁ ଉପସ୍ଥିତ ଅତିଥି ମାନେ ଶାଢୀ ବଣ୍ଟନ କରିଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking