ଭୁବନେଶ୍ୱର : ଘର ସହ ଜଳିଗଲା ଝିଅ ବାହାଘର ପାଇଁ ଥିବା ଟଙ୍କା । ଉଦଳା ଥାନା ବାଉଂଶପାଳ ଗାଁରେ ଘର ଜଳି ପରିବାର ସର୍ୱସ୍ୱାନ୍ତ ହୋଇପଡିଛି । ସୁନା ଅଳଙ୍କାର ସହ ନଗଦ ୩ ଲକ୍ଷ ଟଙ୍କା ଜଳି ଯାଇଥିବା ଅଭିଯୋଗ ହୋଇଛି । ବିଳଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନା ଦେଖାଦେଇଛି ।










