କଟକ : କଟକ ଏସଟିଏ ଡେପୁଟି କମିଶନରଙ୍କ ଘରେ ଭିଜିଲାନ୍ସ ରେଡ । ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ରେଡ କରିଛି ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପଙ୍କ ଅଫିସ ଓ ୯ଟି ସ୍ଥାନରେ ଏକ କାଳୀନ ରେଡ ଚାଲିଛି । ଭୁବନେଶ୍ୱର , ପୁରୀ ଖୋଦ୍ଧା , ନୟାଗଡ ଓ କଟକରେ ରେଡ କରାଯାଉଛି । ରେଡରେ ୨ ଜଣ ଏସପି ୧୩ ଜଣ ଡିଏସପି ଓ ୧୨ ଜଣ ଇନ୍ସପେକ୍ଟର , ୨୫ ଜଣ ଏଏସଆଇ ଚଢାଉରେ ସାମିଲ ଅଛନ୍ତି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ନିର୍ଦ୍ଦେଶରେ ଏହି ଚଢାଉ ଚାଲିଛି ।










